ରତ୍ନଭଣ୍ଡାର ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପିତାମ୍ବର ଆଚାର୍ଯ୍ୟ; କହିଲେ ମିିଳିଥିବା ଡୁପ୍ଲିକେଟ୍ ଚାବି ରତ୍ନଭଣ୍ଡାରର କି ନୁହେଁ ରଖନ୍ତୁ ସ୍ପଷ୍ଟୀକରଣ

155

କନକ ବ୍ୟୁରୋ : ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ । କହିଛନ୍ତି ରତ୍ନଭଣ୍ଡାର ଲୁଟ ହେବା କଥା ସତ । ପ୍ରଶାସନକୁ ପ୍ରଶ୍ନ ପଚାରି ସିଧା ପଚାରି କହିଛନ୍ତି କୁଆଡ଼େ ଗଲା ରତ୍ନଭଣ୍ଡାରର ଚାବି । ମିିଳିଥିବା ଡୁପ୍ଲିକେଟ୍ ଚାବି ରତ୍ନଭଣ୍ଡାରର କି ନୁହେଁ ସ୍ପଷ୍ଟୀକରଣ ରଖନ୍ତୁ ସରକାର ।

ଜଷ୍ଟିସ ରଘୁବୀର ଦାସ କମିଟିର ରିପୋର୍ଟ । ବିଧାନସଭାରେ ଉପସ୍ଥାପନ ସହ ତାଙ୍କ ସୁପାରିସ ଉପରେ କଣ ଆକ୍ସନ ନିଆଯାଇଛି ତାକୁ ସାର୍ବଜନୀନ କରିବାକୁ ଦାବି କରିଛି ବିଜେପି । ଏଏସଆଇ ହାଇକୋର୍ଟରେ କହିଛନ୍ତି ରତ୍ନଭଣ୍ଡାର ଅସୁରକ୍ଷିତ ଅଛି । ତେଣୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇକୁ ସରକାର ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ଜଗନ୍ନାଥଙ୍କ ପ୍ରକୃତ ଭକ୍ତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର ।