ଆବାସ ଯୋଜନା ଦୁର୍ନୀତିକୁ ନେଇ ପୁଣି ସରକାରଙ୍କ ଉପରେ ବର୍ଷିଲା ବିଜେପି : ସେପଟେ ଓଏସଏସସିରେ ନିଯୁକ୍ତି ଦୁର୍ନୀତି ନେଇ କଂଗ୍ରେସର ପ୍ରେସମିଟ

88

କନକ ବ୍ୟୁରୋ : ଆବାସ ଯୋଜନାରେ ଦର୍ନୀତି ପ୍ରସଙ୍ଗରେ ବିଜେପିର ପ୍ରେସମିଟ । ପ୍ରଧାନମନ୍ତ୍ରୀ ଏହି ଯୋଜନାରେ ରାଜ୍ୟକୁ ୩୦ଲକ୍ଷ ଘର ଦେଇଛନ୍ତି । କାହିଁକି ଯୋଗ୍ୟ ହିତାଧିକାରୀ ଅଯୋଗ୍ୟ ପରିଗଣିତ ହେଉଛି ବୋଲି ପ୍ରଶ୍ନ କଲେ ପୋଲିସ ଲଗାଇ ଆକ୍ରମଣ କରାଯାଉଛି ବୋଲି ପ୍ରଶ୍ନ କରିଛି ବିଜେପି । ଯେଉଁ ପ୍ରଶାସନିକ ଅଧିକାରୀ ଏମିତି କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କହିଁକି ହେଉନି ବୋଲି ବିଜେପି କହିଛି । ଦୁର୍ନୀତି ବରୋଧରେ ଆନ୍ଦୋଳନ କଲେ ପୋଲିସର ଧମକ ଦିଆଯାଉଛି ବୋଲି କହିଛି ବିଜେପି ।

ସେପଟେ, ଓଏସଏସସି ବିଭାଗର ଦୁର୍ନୀତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟରେ ଫାଇଭ-ଟି ଅକ୍ଷରେ ଅକ୍ଷରେ ପାଳନ ହେଉଛି ବୋଲି କଟାକ୍ଷ କଲେ ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ । ସେ କହିଛନ୍ତି ରାଜ୍ୟରେ ସ୍ୱଚ୍ଛତା ବୋଲି କିଛି ନାହିଁ । ଜଣେ ବ୍ୟକ୍ତିଗତ ସହାୟକଙ୍କ ଘରୁ କୋଟି କୋଟି ଟଙ୍କା ସହ ଆଡମିଟ କାର୍ଡ ମିଳିଛି । ସେପଟେ ବିଭାଗ ଅଧ୍ୟକ୍ଷ ନିର୍ମଳ ମିଶ୍ର ସେ ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି କହୁଛନ୍ତି । ଦୁର୍ନୀତିର ତଥ୍ୟ ରଖି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।

ନୋଟିଫିକେସନ ବାହାରିବାର ୪ରୁ ୫ବର୍ଷ ପରେ କାହିଁକି ହେଉଛି ପରୀକ୍ଷା । କୋଟି କୋଟି ଯୁବକଙ୍କ ସ୍ୱପ୍ନ ଓ ଜୀବିକା ସହ ଖେଳୁଛନ୍ତି ସରକାର । ଜେରା ବେଳେ ଜୁଡିସିଆଲ ଅଫିସର ରହିବାକୁ କଂଗ୍ରେସ ପକ୍ଷରୁ କୁହଯାଇଛି । ତଦନ୍ତ ଚାଲିଥିବା ବେଳେ ଇସ୍ତଫା ଦିଅନ୍ତୁ ଓଏସଏସସି ବିଭାଗର ସଦସ୍ୟ ଓ ଚେୟାରମ୍ୟାନ । ବିରଂଚି ୨୬ ବର୍ଷ ଭିତରେ କେଉଁ କେଉଁ ଚେୟାରମ୍ୟାନ ସହ କାମ କରିଛନ୍ତି ତାଙ୍କୁ ତଦନ୍ତ ପରିସକୁ ଅଣାଯାଉ ବୋଲି ଦାବି କଲା କଂଗ୍ରେସ ।