ରାଜ୍ୟରେ ଏଯାଏଁ ୨୭ ଲକ୍ଷ ଲୋକ ନେଇନାହାନ୍ତି ପ୍ରଥମ ଡୋଜ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

91

କନକ ବ୍ୟୁରୋ : ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ଟିକାକରଣ ଜାରି ରହିଛି । ଏବେ ସୁଦ୍ଧା ୨ ଲକ୍ଷ ୬୪ ହଜାର କିଶୋରଙ୍କୁ ଟିକାକରଣ କରାଗଲାଣି । ଏନେଇ ସୁଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଗତକାଲି ପ୍ରାୟ ୧ ହଜାର ୧୨୫ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ଟିକାକରଣ କରାଯାଇଥିଲା ।

ଗୋଟିଏ ଦିନରେ ୮୦ ହଜାରରୁ ଉଦ୍ଧ୍ୱର୍ଙ୍କୁ ଟିକାକରଣ କରାଯାଇଥିଲା । ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କେଉଁ ଟିକାର ବୁଷ୍ଟର ଡ଼ୋଜ ଦିଆଯିବ ସେନେଇ ଏଯାଏଁ କେନ୍ଦ୍ରରୁ କୌଣସି ଲିଖିତ ଚିଠି ଆସିନାହିଁ । ଯେଉଁମାନେ ଦୁଇଟି ଡ଼ୋଜ ଟିକା ନେଇଛନ୍ତି, ସେମାନେ ବୁଷ୍ଟର ଡ଼ୋଜ ଲାଗି ନିଜର ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟ ଆସିବା ପରେ ବୁଷ୍ଟର ଡ଼ୋଜ ନେଇପାରିବେ ବୋଲି ସୁଚନା ଦେଇଛନ୍ତି ବିଜୟ ପାଣିଗ୍ରାହୀ ।

ଏଯାଏଁ ରାଜ୍ୟରେ ୨୭ ଲକ୍ଷ ଲୋକ ପ୍ରଥମ ଡୋଜ ନେଇନାହାନ୍ତି । ସେହିଭଳି ୨୬ ଲକ୍ଷ ଲୋକ ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ନେଇନାହାନ୍ତି । ସେମାନଙ୍କ ଟିକାକରଣ ଲାଗି ପଦକ୍ଷେପ ନିଆଯାଉଛି ।