ବାପା ଦେଲେ ଝିଅ ନାଁରେ ଥାନାରେ ଏତଲା : ବୁଢା ବୟସରେ ପଚାରିଲେଣି; ବିବାଦ ପରେ ଯୌତୁକ ସାମଗ୍ରୀ ଫେରାଇଲେ ଝିଅ-ଜ୍ୱାଇଁ

336

କନକ ବ୍ୟୁରୋ : ଥାନା ଆଗରେ ଯୌତୁକ ଗାଡ଼ି । ଟ୍ରକରେ ଘର ଆସବାବପତ୍ର ଜମା ହୋଇଛି, ଆଉ ରାସ୍ତାକଡ଼ରେ ଛିଡ଼ା ହୋଇଛି । ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ଧଉଳି ଥାନା ଅଞ୍ଚଳର । ଯୌତୁକ ସାମଗ୍ରୀ ଫେରାଇ ଦେଇଛନ୍ତି ଝିଅ-ଜ୍ୱାଇଁ । ଧଉଳି ଅଞ୍ଚଳର ଜଣେ ବ୍ୟକ୍ତି ରତ୍ନାକର ବେହେରା ନିଜର ଦୁଇ ନିଜ ଝିଅଙ୍କୁ ବିବାହ କରାଇଦେବା ପରେ ବଡ଼ ଝିଅ ଓ ଜ୍ୱାଇଁଙ୍କ ପାଖରେ ଯାଇ ରହୁଥିଲେ ।

ରତ୍ନାକର ଓ ତାଙ୍କ ସ୍ତ୍ରୀ ଉଭୟ ଝିଅ ଜ୍ୱାଇଁଙ୍କ ପାଖରେ ରହୁଥିଲେ । ହେଲେ ଏବେ ବିବାଦ ପରେ ରତ୍ନାକର ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ହେଲା, ସେ ଝିିଅ ଓ ଜ୍ୱାଇଁଙ୍କୁ ନିଜର ସବୁ ରୋଜଗାର ଦେଇ ଦେଇଛନ୍ତି । ହେଲେ ତାଙ୍କର କିମ୍ବା ତାଙ୍କ ସ୍ତ୍ରୀଙ୍କ ଭଲମନ୍ଦ ସେମାନେ ବୁଝୁ ନାହାନ୍ତି । ଏହି ଅଭିଯୋଗକୁ ବଡ଼ ଝିଅ ଓ ଜ୍ୱାଇଁ ଖଣ୍ଡନ କରିଛନ୍ତି । ଏହା ପରେ ଥାନାରେ ମାମଲାର ବୁଝାମଣା କରିବାକୁ ଚେଷ୍ଟା କରାଯାଇଥିଲେ ବି ସମାଧାନ ହୋଇପାରି ନାହିଁ । ଏପଟେ ଝିଅ-ଜ୍ୱାଇଁ ଯୌତୁକ ଜିିନିଷ ଗାଡ଼ିରେ ଭରି ଥାନାକୁ ଆଣିଥିଲେ । ଫଳରେ ଏବେ ଥାନାରେ ଆଗରେ ଯୌତୁକ ଗାଡ଼ି ସେମିତି ଛିଡ଼ା ହୋଇଛି ।