ପାର୍କିଂ ସ୍ଥଳରେ ବାଇକ ରଖିୁନଥିଲେ ସାବଧାନ ! ଦୋକାନ ଆଗରୁ ଚୋରି ହୋଇଯାଉଛି ବାଇକ; ସିସିଟିଭିରେ ଆଧାରରେ ତଦନ୍ତ ଆରମ୍ଭ

181

କନକ ବ୍ୟୁରୋ : ପାର୍କିଂ ସ୍ଥଳରେ ବାଇକ ରଖୁନଥିଲେ ସାବଧାନ । ଦୋକାନ ଆଗରୁ ବାଇକ ଚୋରି ହୋଇଯାଉଛି । ମାତ୍ର କେଇ ମିନିଟ୍ ମିନିଟ୍ ଭିତରେ ମୋଟର ସାଇକେଇ ଗାଏବ ହୋଇଯାଉଛି । ରାଜଧାନୀ ଭୁବନେଶ୍ୱର ବାପୁଜୀ ନଗର ଅଞ୍ଚଳର । ଚୋର ଅତି ଚତୁରତାର ସହ ଲୋକଙ୍କ ଆଖି ଆଗରୁ ବାଇକ ନେଇ ପଳାଉଛି ।

ପ୍ରଥମରେ ଚୋର ଜଣଙ୍କ ଆସି ଦୋକାନ ଆଗରେ ଠିଆ ହୋଇଥିବା ଏକ ପଲସର ବାଇକରେ ବସୁଛି । ବାଇକରେ ବସିବା ଭିତରେ ଚାରିଆଡକୁ ନଜର ପକାଉଛି । ଆଉ ସୁଯୋଗ ଦେଖି ସଙ୍ଗେ ସଙ୍ଗେ ନିଜ ପାଖରେ ଥିବା ମାଷ୍ଟର କି’ରେ ଚାବି ଖୋଲି ବାଇକ୍ ନେଇ ପଳାଉଛି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏନେଇ ଅଭିଯୋଗ ପରେ ପୁଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।