ରାତି ଅଧରେ ଏସପି ସାଗରିକ ନାଥଙ୍କ ପାଟ୍ରୋଲିଂ : ବାଇକ୍ ଧରି ସହର ସାରା ମାରୁଛନ୍ତି ପଇଁତରା, ଅପରାଧୀଙ୍କ ଉପରେ ରଖୁଛନ୍ତି ନଜର

1,286

କନକ ବ୍ୟୁରୋ : ରାତି ଅଧରରେ ବାଇକ ଧରି ଏକୁଟିଆ ପାଟ୍ରୋଲିଂ କରୁଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ଏସପି ସାଗରିକା ନାଥ ସହର ସାରା ପାଟ୍ରୋଲିଂ କରୁଥିବାର ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିଛି । ଏସପି ଭାବେ ସାଗରିକା ନାଥ ଯୋଗ ଦେବା ପରଠାରୁ ତାଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ।

କେତେବେଳେ ବ୍ରାଉନସୁଗାର ତ ପୁଣି କେତେବେଳେ ବେଆଇନ ବାଲି ଉତୋଳନ ନେଇ ଅପରେସନ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ନେବା ଘଟଣା ଉଦାହରଣ ରହିଛି । ଏହା ସହ ନିକଟରେ ପ୍ରଶ୍ନପତ୍ର ଲିକ ମାମଲାରେ ବହୁ ମାତ୍ରାରେ ସଫଳତା ହାସଲ କରିଛନ୍ତି ସାଗରିକା ନାଥ । ଏବେ ରାତି ଅଧିଆ ବାଇକ ଧରି ସହରର ଆଜିମାବାଦ ରୋଡ଼ରୁ ପୋଲିସ ଲାଇନ ରୋଡ଼ ପର୍ଯ୍ୟନ୍ତ ପଇଁତରା ମାରୁଛନ୍ତି ।

ରାତିରେ ଯେପରି କୌଣସି ଅପରାଧ ନଘଟେ ସେଥିପ୍ରତି ନଜର ରଖିଛନ୍ତି । ଅନ୍ୟପଟେ ସହରର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀଙ୍କ କର୍ତବ୍ୟ ଉପରେ ନଜର ରଖିବା ସହ ସହର ସ୍ଥିତି ଉପରେ ନଜର ରଖିଛନ୍ତି ସାଗରିକା ନାଥ । ତେବେ ଏମିତି ପ୍ରାୟ ଅଧିକାଂଶ ସମୟରେ ସେ ବାଇକ ଧରି ଏକୁଟିଆ ବୁଲନ୍ତି ବୋଲି ଜଣାପଡ଼ିଛି ।