କ୍ଲାସରେ ଦିିଦିଙ୍କ କାନ ମୋଡିଲେ ପ୍ରଧାନ ଶିକ୍ଷୟିତ୍ରୀ : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ପାଖରେ ଗୁହାରି କଲେ ସୌଦାମିନୀ ଦେହୁରୀ

157

କନକ ବ୍ୟୁରୋ : ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ । ଅନୁରୋଧ କରିବାକୁ ଯାଇଥିଲେ ଦିଦି କିନ୍ତୁ ଅପମାନିତ ହେବା ସହ କାନମୋଡା ଖାଇ ଫେରିଲେ । ଢେଙ୍କାନାଳ ଜିଲ୍ଲାର ଏହି ଘଟଣା ଏବେ ସାମ୍ନାକୁ ଆସିଛି । ଶିକ୍ଷୟିତ୍ରୀ ସୌଦାମିନୀ ଦେହୁରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି । ସୌଦାମିନୀ ଦେହୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦ୍ୱାରସ୍ଥ ହୋଇ ସମସ୍ତ ଘଟଣା କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସୌଦାମିନୀ ଦେହୁରୀ ସ୍କୁଲକୁ ଯାଇଥିଲେ ତାଙ୍କ ଜିପିଏଫ ଟଙ୍କା ଉଠାଇବା ପାଇଁ । ତେଣୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦସ୍ତଖତ କରିବାକୁ ନିବେଦନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀ ଏହି ସମୟରେ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିଲେ । ସେହି ସମୟରେ ସୌଦାମିନୀ ଦସ୍ତଖତ କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ସର୍ବସମ୍ମୁଖରେ ଗାଳି ଗୁଲଜ କରିବା ସହିତ କାନମୋଡି ଦେଇଥିବା ଅଭିଯୋଗ ହୋଇଛି । ଏମିତିକି ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ ପରିସରରୁ ତାଙ୍କୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ସୌଦାମିନୀ ଦେହୁରୀ ଏବେ ଛୁଟିରେ ଅଛନ୍ତି ତେଣୁ ଦସ୍ତଖତ କରିବାକୁ ପ୍ରଧାନ ଶିକ୍ଷୟିତ୍ରୀ ରାଜି ହୋଇନଥିବା ସୂଚନା ମିଳିଛି ।