ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ : ଇସ୍ତଫା ପରିବର୍ତ୍ତେ ଆସ୍ଥା ଭୋଟ୍ ଲୋଡି ପାରନ୍ତି ହେମନ୍ତ ସୋରେନ୍

113

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ଅଫିସ ଓ ପ୍ରଫିଟ ମାମଲାକୁ ନେଇ ଝାଡ଼ଖଣ୍ଡ ସରକାରରେ ଅଚଳାବସ୍ତା ଜାରି ରହିଛି । ସୋରେନଙ୍କ ବିଧାୟକ ପଦ ରଦ୍ଦ ଲାଗି ନିର୍ବାଚନ କମିଶନ ରାଜ୍ୟପାଳଙ୍କୁ ଚିଠି ଲେଖି ସାରିଥିବା ବେଳେ ରାଜ୍ୟପାଳ ଏହାକୁ ଝୁଲାଇ ରଖିଛନ୍ତି । ଏଭଳି ସ୍ଥିତିରେ ଗୁରୁବାର ଦିନ ରାଜ୍ୟପାଳ ରମେଶ ବୈସଙ୍କୁ ଭେଟିଥିଲେ ଶାସକ ୟୁପିଏ ମେଂଟର ଏକ ପ୍ରତିନିଧି ଦଳ ।

ଏ ପ୍ରସଙ୍ଗରେ ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ ଜେଏମ୍ଏମ୍, କଂଗ୍ରେସ ଏବଂ ଆରଜେଡିର ୧୦ ଜଣିଆ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ଭେଟି ଦାବି ରଖିଛନ୍ତି । ଏପରିକି ରାଜଭବନରୁ ସୋରେନଙ୍କ ବିଧାୟକ ପଦ ରଦ୍ଦ ଖବର ଲିକ୍କୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବିଧାୟକ । ଏହା ଦ୍ୱାରା ରାଜ୍ୟରେ ଏକ ଗଣତାନ୍ତ୍ରିକ ସରକାର ପ୍ରତି ଦ୍ୱନ୍ଦ୍ୱ ଏବଂ ଅସ୍ଥିରତା ସୃଷ୍ଟି ହୋଇଥିବା ସେମାନେ କହିଛନ୍ତି ।

ରାଜନୈତିକ ସଂକଟ ଭିତରେ ଅପରେସନ ଲୋଟସ ଆଶଙ୍କା କରି ଶାସକ ମେଂଟର ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଛି । ସେପଟେ ବିରୋଧୀ ବିଜେପି ତତକ୍ଷଣାତ୍ ରାଜ୍ୟରେ ନିର୍ବାଚନ ଘୋଷଣା କରିବାକୁ ଦାବି ଉଠାଇଛି । ସେପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଗାମୀ ୫ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି ।