ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ : ବାଣପୁର ମେଡିକାଲ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ 

138

କନକ ବ୍ୟୁରୋ : ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ । ବାଣପୁର ସବଜେଲରେ ଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡ଼ିଛନ୍ତି । ଉଚ୍ଚ ରକ୍ତଚାପ ଯୋଗୁ ଅସୁସ୍ଥ ହୋଇ ପଡ଼ିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତାଙ୍କୁ ପ୍ରଥମେ ବାଣପୁର ହସ୍ପିଟାଲ ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବାଣପୁର ସବଜେଲର ଅଧୀକ୍ଷକ ସୂଚନା ଦେଇଛନ୍ତି । ବିଜେପି କର୍ମୀ ଓ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡି ଚଢାଇ ହତ୍ୟା ଉଦ୍ୟମ ମାମଲାରେ ଜେଲ ଯାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଭିଡ଼ ଭିତରେ ଲୋକଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ । ଏଥିରେ ୨୫ଜଣ ଆହତ ହୋଇଥିଲେ । ଉତ୍ୟେକ୍ତ ଲୋକେ ତାଙ୍କୁ ଗାଡିରୁ ବାହାର କରି ଲହୁଲୁହାଣ କରିଥିଲେ । ଆହତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଡାକ୍ତରଖାନା ନିଆଯାଇ ତାଙ୍କର ଚିକିତ୍ସା କରାଯାଇଥିଲା । ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ବାଣପୁର ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।