ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ : ଋଷ ଓ ୟୁକ୍ରେନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନାକୁ କଲେ ପ୍ରଶଂସା

239

କନକ ବ୍ୟୁରୋ : ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫୋନ୍ କରି କଥା ହୋଇଛନ୍ତି ମୋଦୀ । ପାଖାପାଖି ୩୫ ମିନିଟ୍ ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ୟୁକ୍ରେନର ବର୍ତମାନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି । ଏହା ସହ ଋଷ ଓ ୟୁକ୍ରେନ୍ ମଧ୍ୟରେ ସିଧାସଳଖ ଦ୍ୱିପାକ୍ଷିକ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହା ପରେ ଆଉ କିଛି ସମୟ ପରେ ଋଷ୍ ରାଷ୍ଟ୍ରପତିଙ୍କ ସହ ମୋଦୀ କଥା ହେବେ । ସେହିପରି ଆଜି ଦୁଇ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ବସିବ ।

ଏହା ପୂର୍ବରୁ ୪ ସହର ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ଋଷ । କିଭ୍, ଖାରକିଭ୍, ମାରିୟିପୋଲ ଓ ସୁମି ସହର ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଛି । ଭାରତୀୟ ସମୟ ୧୨ଟା ୩୦ରୁ ଏହି ଅସ୍ତ୍ରବିରତି ଲାଗୁ ହୋଇଛି । ଅସ୍ତ୍ରବିରତି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି । ଫଳରେ ବିଦେଶୀ ନାଗରିକମାନେ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ବାହାରି ଆସିବେ । ସୁମିରେ ପ୍ରାୟ ୭ ଶହ ଭାରତୀୟ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଋଷକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବେ ଋଷ ଅସ୍ତ୍ରବିରତି ଘୋଷଣା ହେବା ପରେ ସୁମିରେ ଫଶିରହିଥିବା ଭାରତୀୟମାନେ ସେଠାରେ ଉଦ୍ଧାର ହୋଇପାରିବେ ।