ମାନବିକତା ଭୁଲିଗଲେ ଆମ୍ବୁଲାନ୍ସ ଚାଳକ: ଟଙ୍କା ନଦେବାରୁ ଗର୍ଭବତୀ ମହିଳାଙ୍କୁ ଅଧାରାସ୍ତାରୁ ଓହ୍ଲାଇଦେଲେ

215

କନକ ବ୍ୟୁରୋ: ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଡ୍ରାଇଭର । ଟଙ୍କା ନଦେବାରୁ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବା ବଦଳରେ ରାସ୍ତାରେ ଡ୍ରାଇଭର ଓହ୍ଲାଇ ଦେଇଛି । ଏଭଳି ଅଭାବନୀୟ ଖବର ଆସିଛି ବାରିପଦାରୁ । ଅନ୍ଧାର ରାତିରେ ଗର୍ଭବତୀ ମହିଳାଙ୍କୁ ଅଧା ରାସ୍ତାରେ ଆମ୍ବୁଲାନ୍ସରୁ ଓହ୍ଲାଇ ଦେଇଥିବା ଖବର ମିଳିଛି । ଖାଲି ସେତିକି ନୁହେଁ ଗର୍ଭବତୀଙ୍କୁ ଆମ୍ବୁଲାନ୍ସରୁ ଓହ୍ଲାଇ ଦେଇ ସେଠାରେ ରହି ଡ୍ରାଇଭର ଜଣକ ମଜା ଦେଖିଥିବା ଅଭିଯୋଗ ହୋଇଛି । ଦୀର୍ଘ ସମୟ ମହିଳା ଜଣକ ଗର୍ଭବେଦନାରେ ଛଟପଟ ହେଉଥିବା ମହିଳାଙ୍କ ଭଡା ଅଟୋରେ ବାରିପଦା ପିଆରଏମ ମେଡିକାଲରେ ଭର୍ତି କଲେ ଆଶାକର୍ମୀ ।