ଗୁପ୍ତଧନ ପାଇଁ ନାବାଳକକୁ ବଳି ମାମଲା : ଅଧିଆ ପଡ଼ିଥିବା ମଙ୍ଗଳା କୋଠିରେ ନାଲି ପତାକା ଲଗାଇଲା ପ୍ରଶାସନ

382

କନକ ବ୍ୟୁରୋ : ଅନୁଗୁଳରେ ଗୁପ୍ତଧନ ଲୋଭରେ ନାବାଳକୁ ବଳି ଦେବା ମାମଲା । ଆଜି ପ୍ରଶାସନ ପ କ୍ଷରୁ ମଙ୍ଗଳା କୋଠିରେ ନାଲି ପତାକା ଲଗାଇ ସିଲ କରିଛି ସ୍ଥାନୀୟ ପ୍ରଶାସନ । ମୃତ ନାବଳକ ନିଜ ମାଆ ସହ ଆରୋଗ୍ୟ କାମନା କରି ଯେଉଁ ମଙ୍ଗଳା କୋଠୀରେ ଅଧିଆ ପଡିଥିଲେ । ସେହି ମଙ୍ଗଳା କୋଠୀ ଓ ମୁଖ୍ୟ ଅଭିଯୁକ୍ତ ତଥା ପୂଜକକ ରୀତାଞ୍ଜଳି ବାଗଙ୍କ ଘରେ ନାଲି ପତାକା ଲଗାଇବା ସହ ନିଜ କବଜାକୁ ନେଇ ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ।

ଆଗକୁ ମଙ୍ଗଳା କୋଠିର ଜାଗା ମାପଟୁପ କରାଯିବ ବୋଲି ସୂଚନା ରହିଛି । ସେପଟେ ନାବାଳକ ହତ୍ୟାକାଣ୍ଡ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବାକୁ ଯୋଜନା କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୦୨, ୩୬୩, ୧୨୦, ୨୦୧ ଆଇପିସି ଧାରାରେ ମାମଲା ରୁଜ ହୋଇଛି । ଡ୍ରଗ୍ସ ଆଣ୍ଡ ମ୍ୟାଜିକ ରିମେଡିଜ ଆକ୍ଟ ୧୯୫୪ ଅନୁସାରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।