କ୍ୟାଡର ପୁନଃବିନ୍ୟାସରେ ଅହେତୁକ ବିଳମ୍ବକୁ ବିରୋଧ : ପ୍ରତିବାଦରେ କୃଷିଭବନ ସାମ୍ନାରେ ଧାରଣା

79

କନକ ବ୍ୟୁରୋ : କ୍ୟାଡର ପୁନଃର୍ବିନ୍ୟାସରେ ଅହେତୁକ ବିଳମ୍ବ ପ୍ରତିବାଦରେ ଓଡିଶା କୃଷି ସେବାସଂଘ, ଓଡିଶା ଉଦ୍ୟାନ କୃଷି ଅଧିକାରୀ ସେବାସଂଘ ଓ ଓଡିଶା ମୃତ୍ତିକା ସଂରକ୍ଷଣ ଅଧିକାରୀ ସେବା ସଂଘ ପକ୍ଷରୁ କୃଷି ଭବନ ଆଗରେ ଧାରଣା । ଏମାନଙ୍କ ଦାବି ହେଲା, ବର୍ତ୍ତମାନ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଛି, କିନ୍ତୁ ପଦବୀ ପୂରଣ କରାଯାଉନାହିଁ ।

୩୫ ପ୍ରତିଶତ ଅଧିକାରୀ ପ୍ରାୟ ୨୦ଟି ସ୍କିମରେ କାମ କରୁଛନ୍ତି । ୨୦୧୪ ମସିହାରେ ଜଳବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମ ଆଧାରରେ ପୁନଃବିନ୍ନ୍ୟାସ ହୋଇଥିଲା । ନୂତନ ଭାବେ ପୁନଃବିନ୍ନ୍ୟାସ ପାଇଁ ସଂଘ ତରଫରୁ ବାରମ୍ବାର ପଦକ୍ଷେପ ନିଆଯାଉଛି । ହେଲେ ସରକାର ଏଥିରେ ବିଳମ୍ବ କରୁଥିବା ଏହି ସଂଘମାନେ ଅଭିଯୋଗ କରିଛନ୍ତି । ତେଣୁ ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହିବାକୁ ଡାକରା ଦେଇଛି ସଂଘ ।