ରାଉରକେଲାରେ ଲୋକୋପାଇଲଟଙ୍କୁ ଅପହରଣ ପରେ ଲୁଟ ଘଟଣା,ତିନି ଦୁର୍ବୁତ୍ତଙ୍କୁ ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ ।

119

କନକବ୍ୟୁରୋ: ରାଉରକେଲାରେ ଲୋକୋପାଇଲଟଙ୍କୁ ଅପହରଣ ପରେ ଲୁଟ ଘଟଣା । ଅଭିଯୁକ୍ତଙ୍କୁ ବାନ୍ଧିଲା ରାଉରକେଲା ପୋଲିସ । ଭୁବନେଶ୍ୱର ଏୟାରଫିଲଡ ଅଂଚଳରୁ ୩ ଜଣ ଅପହରଣକାରୀଙ୍କୁ ରାଉରକେଲା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ପାଖରୁ ଗୋଟିଏ ହୁଣ୍ଡାଇ କାର, ସୁନା ଚେନ ସହ ନଗଦ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଏୟାର ଫିଲଡ ଥାନା ଅଂଚଳର ସଂଗ୍ରାମ କେଶରୀ ପଟ୍ଟନାୟକ, ସ୍ମୃତି ରଂଜନ ପାଇକରାୟ ଓ ସତ୍ୟ ପ୍ରକାଶ ପ୍ରଧାନ ।

ପୋଲିସ ଗିରଫ କରିବା ପରେ ଅଭିଯୁକ୍ତମାନ ସବୁ ସତ ମାନିଯାଇଛନ୍ତି । ଗତ ଶନିବାର ସନ୍ଧ୍ୟାରେ ଟ୍ରେନର ଲୋକପାଇଲଟ ନିହାର ସରକାର କଳିଙ୍ଗ ବିହାର ଅଂଚଳରେ ଚାଲି ଚାଲି ଯାଇଥିଲେ । ତିନି ଜଣ ଦୁର୍ବୃତ ଏକ ଚାରିଚକିଆ ଗାଡିରେ ଆସି ନିହାରଙ୍କୁ ଅପହରଣ କରିବା ଲୁଟ କରି ଛାଡିଦେଇଥିଲେ । ଏନେଇ ଛେଣ୍ଡ ଥାନାରେ ଅଭିଯୋଗ ହେବା ପରେ ଆଡିସନାଲ ଏସପିଙ୍କ ନେତୃତ୍ୱରେ ଗଠିତ ଟିମ ତିନି ଦୁର୍ବୃତଙ୍କୁ କାବୁ କରିଛନ୍ତି ।