ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ ,ଆଜି ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରି ତେଲ

83

କନକବ୍ୟୁରୋ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ମହାବାହୁଙ୍କ ଆରୋଗ୍ୟ ପାଇଁ ଅଣସର ପିଣ୍ଡିରେ ଗୁପ୍ତ ଉପଚାର ଚାଲିଛି । ନୀଳାଦ୍ରୀ ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକମାନଙ୍କ ଦ୍ୱାରା ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା । ଏହିକ୍ରମରେ ପରମ୍ପରା ଅନୁସାରେ ଅସରର ଷଷ୍ଠ ଦିନରେ ଅର୍ଥାତ୍ ଆଜି ଜଗନ୍ନାଥଙ୍କୁ ଫୁଲୁରି ତେଲ ଲାଗି ହେବ ।

ଆଜି ମଧ୍ୟାହ୍ନ ଧୂପ ପରେ ବଡ ଓଡିଆ ମଠରୁ ଦୁଇଟି ମାଟି ହାଣ୍ଡିରେ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ଫୁଲୁରି ତେଲ ଆସିବ । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯିବ । ଏହାପରେ ବଡ ଓଡିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥ ଶୋଭାଯାତ୍ରାରେ ମହୌଷଧୀଯୁକ୍ତ ଫୁଲୁରି ତେଲକୁ ନେଇ ଶ୍ରୀମନ୍ଦିର ବିଜେ କରିବେ । ନୀତି ଅନୁସାରେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କୁ ଫୁଲୁରି ତେଲକୁ ଲଗାଇ ମାଲିସ କରାଯାଏ । ଗୁପ୍ତ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇ ନବଯୌବନ ପ୍ରାପ୍ତ ହେବେ ମହାପ୍ରଭୁ ।