ଗଞ୍ଜାମ ଖଲ୍ଲିକୋଟରେ ଅତିରିକ୍ତ ତହସିଲଦାର ଓ ୩ ଆରଆଇଙ୍କୁ ଆକ୍ରମଣ । ବାଲିଘାଟରେ ଚଢାଉ ପାଇଁ ଯାଇଥିବା ବେଳେ ସଂଘବଦ୍ଧ ଭାବେ ଆକ୍ରମଣ କଲେ ବାଲିମାଫିଆ

73

କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟରେ ଅତିରିକ୍ତ ତହସିଲଦାର ଓ ୩ ଜଣ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ । ମାଳିଜଗନ୍ନାଥପୁର ଗାଁର ରୁଷିକୁଲ୍ୟା ମୁହାଣରୁ ବେଆଇନ ବାଲି ଚୋରାଚାଲାଣ ହେଉଥିବା ଖବର ମିଳିଥିଲା । ବିଳମ୍ବିତ ରାତିରେ ବାଲିଘାଟରେ ଚଢାଉ ପାଇଁ ଯାଇଥିବା ବେଳେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ବାଲିମାଫିଆ ।

ଗଞ୍ଜାମର ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ଜେନାଙ୍କ ସମେତ ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଆହତ ହୋଇଛନ୍ତି । ଏମାନଙ୍କୁ ଚିକତ୍ସା ପାଇଁ ଗଞ୍ଜାମ ମେଡିକାଲରେ ଭର୍ତ୍ତି କରାଯାଇଛି । ଅତିରିକ୍ତ ତହସିଲଦାର ଓ ଆରଆଇଙ୍କ ପକ୍ଷରୁ ଥାନାରେ ଏନେଇ ଏତଲା ଦିଆଯାଇଛି । ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।