ଦୁଃଖ ଜଣାଇବାକୁ ବାବୁଙ୍କ ଆଗରେ ଅଧିଆ ପଡିଲେ ବୃଦ୍ଧ : ସବୁଦେଖି ଆଡ଼େଇ ଦେଇ ଚାଲିଗଲେ ଅତିରିକ୍ତ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ

228

କନକ ବ୍ୟୁରୋ : ଦୁଃଖ  ଜଣାଇବାକୁ ଯାଇ ବାବୁଙ୍କ ଆଗରେ ଅଧିଆ ପଡିଲେ ବୃଦ୍ଧ । ହେଲେ ମାନବିକତା ହରାଇଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ । ପୁରୀ କଣାସ ବ୍ଲକରେ ହେଉଥିବା ପଞ୍ଚାୟତ ସମିତି ଜନଶୁଣାଣୀରେ ଘରଟିଏ ଓ ଆର୍ଥିକ ସହାୟତା ପାଇଁ ନିବେଦନ କରିବାକୁ ପହଞ୍ଚିଥିଲେ କଣାସ ଗଡ଼ସାହିର କାହ୍ନୁଚରଣ ନାୟକ । ସରକାରୀ ବାବୁମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟାଳୟ ଭିତରେ ନିଜ ଦୁଃଖ କହିବା ସହ ବୃଦ୍ଧା ଅଧିଆ ପଡ଼ିଥିଲେ ।

କିନ୍ତୁ ସବୁ ଦେଖି ଏଡ଼ାଇ ଚାଲି ଯାଇଥିଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ କୈଳାସଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ ସରକାରୀ ବାବୁ । ଅତିରିକ୍ତ ଜିଲ୍ଲାପାଳଙ୍କ ସହ କଣାସ ବିଡିଓ ଓ ତହସିଲଦାର ବି ଥିଲେ  କିନ୍ତୁ କେହି କିଛି ଶୁଣିନଥିଲେ । ଶେଷରେ କାହ୍ନୁଚରଣ ନିରାଶ ହୋଇ ଫେରିଲେ । ଏ ନେଇ ସରକାରୀ ବାବୁ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ବାସଗୃହଟିଏ ପାଇଁ ଅନେକ ଥର ବ୍ଲକରୁ ପଞ୍ଚାୟତ କାର୍ଯ୍ୟାଳୟ ଦୌଡି ଦୌଡି କାହ୍ନୁଚରଣ ନୟାନ୍ତ ହେଲେଣି । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଆସୁଥିବା ଜାଣିବା ପରେ ସମସ୍ୟା ନେଇ ଯାଇଥିଲେ କିନ୍ତୁ ତାଙ୍କ କଥା କେହି ଶୁଣିନଥିଲେ ।