ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ : ଟ୍ୱିଟ କରି ସୂଚନା ଦେଲେ ନବୀନ; କହିଲେ, ସାକ୍ଷାତକାର ଆନନ୍ଦଦାୟକ

177

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ । ଜନତା ମଇଦାନରେ ଚାଲିଥିବା ମହିଳା ବାଣିଜ୍ୟ ମେଳାରେ ଯୋଗଦେବାକୁ ଆସିଥିବା ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ଏହାକୁ ଏକ ଆନନ୍ଦଦାୟକ ସାକ୍ଷାତକାର ବୋଲି ଟୁଇଟ୍ କରିଛନ୍ତି ।

ଅର୍ଜୁନ ଟୁଇଟ୍ କରି ଲେଖିଛନ୍ତି, ଯେ ଭୁବନେଶ୍ୱରରେ ନବୀନ ପଟ୍ଟନାୟକଙ୍କୁ ଭେଟିବା ତାଙ୍କ ପାଇଁ ସମ୍ମାନର ବିଷୟ । ଓଡିଶାକୁ ନିର୍ଭରଶୀଳରୁ ଆତ୍ମନିର୍ଭରଶୀଳ, ପ୍ରଦୂଷଣମୁକ୍ତ ରାଜ୍ୟରରେ ପରିଣତ କରିିଥିବାରୁ ପ୍ରଶଂସା କରିଛନ୍ତି । ଏଥିସହ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ମନର କଥା କହିଛନ୍ତି ଅର୍ଜୁନ ।