ସରପଞ୍ଚଙ୍କ ବିରୋଧରେ ଅନଶନ : ରାତିସାରା ଅନଶନରେ ୱାର୍ଡ ସଭ୍ୟ ଓ ସଭ୍ୟା

1,391

କନକ ବ୍ୟୁରୋ : ସରପଞ୍ଚଙ୍କ ବିରୋଧରେ ଅନଶନରେ ୮ ୱାର୍ଡ ସଭ୍ୟ ଓ ସଭ୍ୟା । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଶିଳୁପୁର ପଂଚାୟତରୁ ଆସିଛି ଏପରି ଚିତ୍ର । ପଂଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ରାତିତମାମ ଅନଶନରେ ବସିଛନ୍ତି ୱାର୍ଡ ସଭ୍ୟ ଓ ସଭ୍ୟା ।

ଶିଳୁପୁର ପଂଚାୟତରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ୱାର୍ଡ ସଭ୍ୟ ଓ ସଭ୍ୟାମାନଙ୍କୁ ନପଚାରିବା ସହିତ ଏମବିକେସିଆର୍ପି ମାନଙ୍କ ଦ୍ୱାରା ଅପମାନିତ କରିବା ଅଭିଯୋଗ କରିଛନ୍ତି ୱାର୍ଡ ସଭ୍ୟ ଓ ସଭ୍ୟା । ଏହା ସହିତ ସରପଞ୍ଚ ବୈମାତୃକ ମନୋଭାବର ପ୍ରତିବାଦରେ ଆମରଣ ଅନଶନ କରାଯାଇଛି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଓ ବିଡିଓଙ୍କୁ ଲିଖିତ ଭାବରେ ଜଣାଇଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଶେଷରେ ଆମରଣ ଅନଶନରେ ବସିବାକୁ ବାଧ୍ୟ ହୋଇଥିବା କହିଛନ୍ତି ୱାର୍ଡ ସଭ୍ୟ ଓ ସଭ୍ୟା ।