‘ମୃତ୍ୟୁଶୂନ୍ୟ’ ସପ୍ତାହରେ ଗଲା ୭୦ ଜୀବନ: କେନ୍ଦୁଝର, ଝାରସୁଗୁଡ଼ା, ବଲାଙ୍ଗୀରରେ ସର୍ବାଧିକ ମୃତ୍ୟୁ

155

କନକ ବ୍ୟୁରୋ: ‘ମୃତ୍ୟୁଶୂନ୍ୟ’ ସପ୍ତାହରେ ଗଲା ୭୦ ଜୀବନ । କେନ୍ଦୁଝର, ଝାରସୁଗୁଡ଼ା, ବଲାଙ୍ଗୀରରେ ସର୍ବାଧିକ ମୃତ୍ୟୁ । ରାଜ୍ୟରେ ଦୈନିକ ହାରାହାରି ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ୧୫ ରହୁଥିବା ବେଳେ ତାହା ୧୦କୁ ହ୍ରାସ ପାଇଛି । ରାଜ୍ୟ ପରିବହନ କର୍ତୃପକ୍ଷ ଓ ଓଡ଼ିଶା ପୁଲିସର ମିଳିତ ସହଯୋଗରେ ରାଜ୍ୟବ୍ୟାପୀ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ମୃତ୍ୟୁଶୂନ୍ୟ ସପ୍ତାହ ଶେଷରେ ଏଭଳି କିଛିଟା ଆଶ୍ୱସ୍ତିକର ତଥ୍ୟ ସାମନାକୁ ଆସିଛି । ଏହି ୭ଦିନରେ ରାଜ୍ୟରେ ମୋଟ ୭୦ ଜଣଙ୍କର ଦୁର୍ଘଟଣାରେ ପ୍ରାଣ ଯାଇଛି । କିନ୍ତୁ ରାଜ୍ୟର ୩୮ଟି ଆରଟିଓରୁ ୧୨ଟି ଆରଟିଓ ଅଂଚଳରେ ଆଦୌ ଦୁର୍ଘଟଣାଜନିତ ମୃତ୍ୟୁ ଘଟି ନଥିବା ରାଜ୍ୟ ପରିବହନ ବିଭାଗର ଅତିରିକ୍ତ ଆୟୁକ୍ତ ଲାଲମୋହନ ସେଠୀ କହିଛନ୍ତି ।

ସାତ ଦିନରେ କେନ୍ଦୁଝର, ବଲାଙ୍ଗୀର ଓ ଝାରସୁଗୁଡାରେ ସର୍ବାଧିକ ପ୍ରାଣ ହରାଇଛନ୍ତି
୫ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ଏହି ଜିଲ୍ଲାରେ
ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଗଂଜାମ, କୋରାପୁଟ, ଚଣ୍ଡିଖୋଲ, ଯାଜପୁର ଓ ରାଉରକେଲା
୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ଏହି ସବୁ ସ୍ଥାନରେ
ତୃତୀୟ ସର୍ବାଧିକ ମୃତ୍ୟୁ ଢେଙ୍କାନାଳ, ବଡବିଲ, ରାଇରଂଗପୁର, ବାଲେଶ୍ୱର, କଟକ
୩ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି
ମୋଟ ୧୨ଟି ଆରଟିଓ ଅଧୀନରେ ଜଣକଙ୍କର ବି ମୃତ୍ୟୁ ହୋଇନାହିଁ
ସାତ ଦିନରେ ଦ୍ରୁତ ଗତି ଗାଡି ଚାଳନା ପାଇଁ ୫୮୫୨ଟି ଚାଲାଣ
ବିନା ହେଲ୍ମେଟରେ ଗାଡି ଚାଳନା ପାଇଁ ୨୫, ୮୭୧ଟି ଚାଲାଣ
ବିନାସିଟ୍ ବେଲଟ୍ରେ ଗାଡି ଚାଳନା ପାଇଁ ୩୩୪୯
ଗାଡି ଚଳାଇଲା ବେଳେ ମୋବାଇଲ ଫୋନ୍ ବ୍ୟବହାର ପାଇଁ ୮୩୬
ମଦ୍ୟପାନ ଜନିତ ଗାଡି ଚାଳନା ପାଇଁ ୧୩୯୦
ସାତ ଦିନରେ ସମୁଦାୟ ୪୪ ହଜାର ୫୨୬ଟି ଚାଲାଣ କଟାଯାଇଛି
ସମୁଦାୟ ୩୬୧୬ଟି ଡ୍ରାଇଭିଂ ଲାଇସେନସ ବାତିଲ ପାଇଁ ସୁପାରିସ
ମୋଟ ୬୧୧ଟି ଗାଡି ଜବତ କରାଯାଇଛି
ସାତ ଦିନରେ ମୋଟ ୧ କୋଟି ୧୯ ଲକ୍ଷ ୨୪୫୪ ଟଙ୍କା ଜରିମାନା ଆଦାୟ କରାଯାଇଛି