ଏଣିକି ସ୍କୁଲ ଗଲେ ଯାତାୟାତ ଖର୍ଚ୍ଚ ପାଇଁ ବର୍ଷକୁ ଦିଆଯିବ ୬ ହଜାର ଟଙ୍କା । ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ଥିଲେ ମିଳିବ ସହାୟତା । ଉପକୃତ ହେବେ ୩୫ ହଜାର ଛାତ୍ରଛାତ୍ରୀ

534

କନକ ବ୍ୟୁରୋ : ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢାଇବା ପାଇଁ ଶିକ୍ଷା ବିଭାଗର ନୂଆ ପଦକ୍ଷେପ । ସ୍କୁଲ ଯାତାୟତର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଗାଇଛି ଓସେପା । ସରକାରୀ ତଥ୍ୟ ଅନୁଯାୟୀ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଇବେ ଆର୍ଥିକ ସହାୟତା ।

  • ସ୍କୁଲ ଗଲେ ମିଳିବ ଟଙ୍କା
  • ଯାତାୟତର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ସ୍କୁଲ ଗଲେ ମିଳୁଥିଲା ମଧ୍ୟାହ୍ନ ଭୋଜନ । ୟୁନିଫର୍ମ ସାଙ୍ଗକୁ ସାଇକେଲ ଓ ମିଳୁଥିଲା ବହି । ଏଥିସହ ଏଣିକି ଛାତ୍ରଛାତ୍ରୀଙ୍କ ଟଙ୍କା ମିଳିବା ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ବଢ଼ାଇବା ପାଇଁ ରାଜ୍ୟ ସରକାର ଏଭଳି ଯୋଜନା କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଜନବସତିରୁ ବହୁ ଦୂର ଥିବାରୁ ଛାତ୍ରଛାତ୍ରୀମାନଙ୍କର ଯାତାୟତରେ ସମସ୍ୟା ହୋଇଥାଏ । ଏଥିପାଇଁ ରାଜ୍ୟ ସରକାର ଯାତାୟତର ଖର୍ଚ୍ଚ ବହନ କରିବେ ।

ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯଦି ୧ କିଲୋମିଟରରୁ ଅଧିକ ଯିବାକୁ ପଢୁଥିବ ତେବେ ସେହି ଛାତ୍ରଛାତ୍ରୀ ଅର୍ଥରାଶି ପାଇବେ। ସେହିପରି ଉଚ୍ଚ ପ୍ରାଥମିକରେ ପାଠ ପଢୁଥିବା ଛାତ୍ରଛାତ୍ରୀ ୩ କିଲୋମିଟର ଓ ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ୫ କିଲୋମିଟରରୁ ଅଧିକ ଦୂରତାର ବିଦ୍ୟାଳୟକୁ ଯାଉଥିଲେ, ସରକାର ଦେବେ ଯାତାୟତ ଖର୍ଚ୍ଚ। ଏହି ବାବଦକୁ ବର୍ଷକୁ ଜଣେ ଛାତ୍ର ୬ହଜାର ଟଙ୍କା ପାଇବେ।

ତେବେ ବିଦ୍ୟାଳୟରେ ୭୫ ପ୍ରତିଶତରୁ ଅଧିକ ଉପସ୍ଥାନ ହେଲେ ଏହି ଅର୍ଥରାଶି ପାଇବାକୁ ଛାତ୍ରଛାତ୍ରୀ ଯୋଗ୍ୟ ହେବେ ବୋଲି କହିଛନ୍ତି ଓସେପା ଅଧିକାରୀ। ଆଉ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଅଭିଭାବକା ସୂଚନାଯୋଗ୍ୟ ଯେ, ୩୦ ଜିଲ୍ଲାର ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ପାଇବେ ଏହି ଆର୍ଥିକ ସୁବିଧା। ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି ଓସେପା । ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଆଧାର କରି ନିୟମ ଅନୁଯାୟୀ ଯୋଗ୍ୟ ଛାତ୍ରଛାତ୍ରୀ କିପରି ଏହି ଆର୍ଥିକ ସହାୟତା ପାଇପାରିବେ ସେନେଇ ନିର୍ଦ୍ଦେଶ ଦେଇଛି ଓସେପା ।