କାଳବୈଶାଖୀ ଯୋଗୁଁ ଚିଲିକାରେ ଉଠିଲା ୪ଫୁଟର ଜୁଆର : ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହେବାରୁ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ

166

କନକ ବ୍ୟୁରୋ : କାଳବୈଶାଖୀ ଯୋଗୁଁ ଚିଲିକାରେ ଉଠିଲା ୪ ଫୁଟର ଜୁଆର । ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬ ମତ୍ସାଜୀବୀ । ପହଂରି ପହଂରି କୂଳକୁ ଆସିଥିଲେ ମତ୍ସ୍ୟଜୀବୀ । ଗତକାଲି ଅପରାହ୍ଣରେ କାଳବୈଶାଖୀ ଯୋଗୁଁ ୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା ।

ଜହ୍ନିକୁଦାଠୁ ସାତପଡା ଘାଟ ମଧ୍ୟରେ ଜୁଆର ହୋଇଥିଲା । ଭସାପୋଲରେ ଶତାଧିକ ଲୋକେ ବାଇକ, କାର ନେଇ ଯାଉଥିବା ବେଳେ ପବନ ହୋଇଥିଲା । ଶତାଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ୧୦ରୁ ଅଧିକ ଡଙ୍ଗା ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଗତକାଲି କାଳବୈଶାଖୀ ନେଇ ପୂର୍ବରୁ ପାଣିପାଗ ବିଭାଗ ସତର୍କ କରିଥିଲା । ଛୋଟ ଛୋଟ ଡଙ୍ଗାଗୁଡିକୁ ପାଣିକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା ।