ବନ୍ୟା ପାଇଁ ନୟାଗଡରେ ୩୨ ସ୍କୁଲ ବନ୍ଦ : ୨ଦିନ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

260

କନକ ବ୍ୟୁରୋ : ବନ୍ୟା ପାଇଁ ନୟାଗଡରେ ୩୨ ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି । ୨ଦିନ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଭାପୁରରେ ୧୨, ଗଣିଆରେ ୧୧ ଏବଂ ଖଣ୍ଡପଡାରେ ୯ଟି ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି ।

ସେପଟେ, ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟିଥିବା ବେଳେ ଏବେ ଦଶପଲ୍ଲା ବ୍ଲକ୍‌ର ଫାଲପାଜୁ ଓ ଦୁଡ଼ା ମୁଖ୍ୟରାସ୍ତା ଧୋଇ ହୋଇ ଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦୁର୍ଦ୍ଦଶା ବୃଦ୍ଧି ପାଇଛି। ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତାଟି ନିର୍ମାଣ ହୋଇଥିଲା ।

ଏପଟେ ଗତ ୭ ତାରିଖ ଦିନ ଲଗାଣ ବର୍ଷା ହେତୁ ଏହି ରାସ୍ତାରେ ଏକ ଘାଇ ସୃଷ୍ଟି ହୋଇଛି । ଯାହାକୁ ନେଇ ଦୁଡ଼ା, କଳସାଖମଣ, ନୂଆଗାଁ ଏବଂ ଚଡ଼େୟାପଲ୍ଲୀ ପଞ୍ଚାୟତର କୁରୁଡ଼ାଙ୍ଗି, ଜରକିବାଡ଼ି, ଦୁଡ଼ା, ମିଟିଗାଡ଼ୁ, ଭାଲିଆପଦର, ଜୁରାଗଣ୍ତା ଏବଂ ସୁନ୍ଦୁରୁକୁମ୍ପା ଭଳି ୧୦ରୁ ଊର୍ଦ୍ଧ୍ବ ଗ୍ରାମ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡ଼ିଛି ।