ପ୍ରଥମ ଇଂନିସରେ ମୁମ୍ବାଇର ୧୫୯ ରନ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୬୦ । ହର୍ଷଲ ପଟେଲଙ୍କୁ ୫ ୱିକେଟ୍ ସଫଳତା ।

80

କନକ ବ୍ୟୁରୋ: ଆଇପିଏଲ୍ ପ୍ରଥମ ମ୍ୟାଚର ପ୍ରଥମ ଇଂନିସରେ ୧୫୯ ରନ କଲା ମୁମ୍ବାଇ । ଆଜି ଦଳ ୯ ୱିକେଟ୍ ହରାଇ ପ୍ରଥମ ଇଂନିସରେ ୧୫୯ ରନ କରିବାକୁ ସକ୍ଷମ ହୋଇଛି । ଯାହା ଫଳରେ ବିରାଟଙ୍କ ନେତୃତ୍ୱାଧୀନ ଆରିସିବିକୁ ପ୍ରଥମ ମ୍ୟାଚରେ ବିଜୟ ପାଇଁ ୧୬୦ ରନ ଲକ୍ଷ୍ୟ ରହିଛି ।

ଆଜି ପ୍ରଥମେ ଟସ୍ ଜିତି ଆରସିବି ଅଧିନାୟକ ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ଦଳ ପକ୍ଷରୁ ରୋହିତ ଏବଂ ଲିନ୍ ବ୍ୟାଟିଂ କରିବାକୁ ଆସିଥିଲେ । ଦୁହେଁ ଜବରଦସ୍ତ ଆରମ୍ଭ କରିଥିଲେ ମଧ୍ୟ ରୋହିତ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ, ଇଷାନ କିଷାନ ଏବଂ କ୍ରିସ ଲିନଙ୍କ ଦମଦାର ଇଂନିସ ବଳରେ ମୁମ୍ବାଇ ଏହି ରନ୍ କରିପାରିଛି ।

ଅନ୍ୟପଟେ ଆରସିବି ପକ୍ଷରୁ ମହମ୍ମଦ ସିରାଜ, କାଇଲ ଜାମିନସନ ଏବଂ ହର୍ଷଲ ପଟେଲ ଦମଦାର ବୋଲିଂ କରିଥିଲେ । ହର୍ଷଲ ନିଜ ସ୍ପେଲରେ ମୋଟ ୫ଟି ସଫଳତା ହାସଲ କରିଥିଲେ । ହେଲେ ଚହଲ , ଅହମ୍ମଦ ଓ କ୍ରିଷ୍ଟିଆନ୍ ଅଧିକ ରନ ବ୍ୟୟ କରିଥିଲେ । ତେବେ ମୁମ୍ବାଇ ଭଳି ଶକ୍ତିଶାଳୀ ଟିମ ମଧ୍ୟ  ୧୫୯  ରନର ସୀମିତ ରହିବା ବାଙ୍ଗାଲୋର ଟିମର ମାପଚୁପ ବୋଲିଂକୁ ପ୍ରମାଣିତ କରିଛି ।