ଅଚାନକ ରାହୁଲ ଗାନ୍ଧୀଙ୍କ ଘରେ ପହଂଚିଲେ ମୁକେଶ ଅମ୍ବାନୀ । ଜାଣନ୍ତୁ କାରଣ

8,340

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କର ପୁଅ ବାହାଘର ନେଇ ଅମ୍ବାନୀ ପରିବାରରେ ଉତ୍ସବ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଏସିଆ ମହାଦେଶର ସବୁଠାରୁ ବଡ ବ୍ୟବସାୟୀ ମୁକେଶ ଅମ୍ବାନୀ ହଠାତ ଗୁରୁବାର ଦିନ ଦିଲ୍ଲୀ ପହଂଚିଥିଲେ । ଏହାପରେ ସେ ୧୦ ଜନପଥ ସ୍ଥିତ ରାହୁଲ ଗାନ୍ଧୀଙ୍କ ଘରକୁ ଯାଇଥିଲେ । ସେଠାରେ ସେ କିଛି ସମୟ ରହିବା ପରେ ପୁଣି ଫେରି ଆସିଥିଲେ । ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ କୁହାଯାଉଛି କି, ମୁକେଶ ଅମ୍ବାନୀ ନିଜ ପୁଅ ବାହାଘର ପାଇଁ ଗାନ୍ଧୀ ପରିବାରକୁ ନିମନ୍ତ୍ରଣ କରିବାକୁ ଯାଇଥିଲେ ।

ସୂଚନା ଥାଉକି ଜୁଲାଇ ୧୨ ତାରିଖରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କର ବାହାଘର ହେବାକୁ ଯାଉଛି । ଏହି ବାହାଘର ପୂର୍ବରୁ ସମସ୍ତ ପ୍ରସ୍ତୁତି ବୁଧବାର ଠାରୁ ଅମ୍ବାନୀଙ୍କ ଘର ଆଣ୍ଟାଲିଆରେ ଆରମ୍ଭ ହୋଇଛି । କେବଳ ଭାରତ ନୁହେଁ ବିଦେଶୀ ବନ୍ଧୁମାନେ ମଧ୍ୟ ଅମ୍ବାନୀଙ୍କ ଘରକୁ ଆସିବା ଆରମ୍ଭ କଲେଣି ।