ଆଜି ବିଶ୍ୱ ମଶା ଦିବସ । ସଚେତନତା ହିଁ ନିଦାନ

144

କନକ ବ୍ୟୁରୋ: ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ପାଳନ କରାଯାଉଛି ବିଶ୍ୱ ମଶା ଦିବସ । ଏହା ବ୍ରିଟିଶ୍ ଡାକ୍ତର ସାର୍ ରୋନାଲ୍ଡ ରସଙ୍କ ଆବିଷ୍କାରର ଏକ ସ୍ମୃତି ଦିବସ । ୧୮୯୭ ମସିହାରେ ମାଈ ଏନଫେଲିସ୍ ମଶା ମଣିଷଙ୍କ ମଧ୍ୟରେ ମ୍ୟାଲେରିଆ ସଙ୍କ୍ରମଣ କରୁଥିବା ଜଣାପଡିଥିଲା । ଆବିଷ୍କାର ପୂର୍ବରୁ ସଂକ୍ରମଣକାରୀ ମାଧ୍ୟମ , ଭେକ୍ଟର, ରୋଗର ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଅଳ୍ପ୍ କିଛି ମାଧ୍ୟମ ଥିଲା । ଯଦିଓ କ୍ୱିନାଇନ୍ ଆବିଷ୍କାର ଚିକିତ୍ସା ସମସ୍ୟାକୁ ଦୂର କରିଦେଇଥିଲା । ଏକ ସର୍ବେକ୍ଷଣ ମୁତାବକ, ଊନବିଂଶ ଶତାବ୍ଦୀରେ ବିଶ୍ୱର ପାଖାପାଖି ଅଧା ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କ ମୃତ୍ୟୁ ହୋଇଥିଲା ।

ରସ୍ ୧୮୯୪ ରେ ପକ୍ଷୀ ମ୍ୟାଲେରିଆ ପ୍ରୋଟୋସେମା ରିଲିକଟମ୍ ଦ୍ୱାରା ସଂକ୍ରମିତ ପକ୍ଷୀମାନଙ୍କ ଉପରେ କୁଲେକ୍ସ ସହିତ ପରୀକ୍ଷଣ କରିସାରିଥିଲେ ଏବଂ ଉଲ୍ଲେଖନୀୟ ସଫଳତା ପାଇଥିଲେ । ଏହାପରେ ୧୮୯୫ ମସିହା ଅଗଷ୍ଟ ୨୦ ତାରିଖରେ ଏହାର ବାର୍ଷିକୀକୁ ବିଶ୍ୱ ମଶା ଦିବସ ଭାବେ ପାଳନ କରାଯାଇଥିଲା । ଏହାକୁ ସେବେଠାରୁ ପ୍ରତିବର୍ଷ ବିଶ୍ୱ ମଶା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ମ୍ୟାଲେରିଆଠାରୁ ଦୂରେଇ ରହିବାକୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ । କାରଣ ସଚେତନତା ହିଁ ପ୍ରକୃତ ନିଦାନ ବୋଲି ଏହି ଅବସରରେ ବାର୍ତ୍ତା ପ୍ରସାର କରାଯାଇଥାଏ ।