ଖୋଲିବ କି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର! ଏଏସଆଇ ଚିଠି ପରେ ସରକାରଙ୍କ ନିଷ୍ପତିକୁ ଅପେକ୍ଷା

62

କନକ ବ୍ୟୁରୋ: ଦୀର୍ଘ ଦିନ ହେଲା ଭିତର ରତ୍ନଭଣ୍ଡାର ଖୋଲିବାକୁ ନେଇ ବିବାଦ ରହିଆସିଛି । କେବେ ଚାବି ହଜିଯିବାର ଆଳ ଦେଖାଇ ତ ଆଉ କେବେ ଭିନ୍ନ ବାହାନାରେ ସରକାର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗଟିକୁ ଟାଳି ଆସୁଛନ୍ତି । ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାରର ସ୍ୱର୍ଣ ଆଭୁଷଣ ଆକଳନ ନେଇ ନିୟମ ରହିଛି ।ହେଲେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ଆଉ ଏବେ ମରାମତି ପାଇଁ ଏଏସଆଇ ଚିଠି ଲେଖିବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ପୁଣି ଥରେ ଦାବି ଉଠିଛି ।

୨୦୧୮ ଏପ୍ରିଲରେ ହୋଇଥିଲା ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା । ହେଲେ ଅନେକ ବାଦବିବାଦ ପରେ ଏହି ଉଦ୍ୟମ ସଫଳ ହୋଇପାରିନଥିଲା । ନିକଟରେ ମହାପ୍ରଭୁଙ୍କ ଶ୍ରୀରଘୁନାଥ ବେଶ ପାଇଁ ବିଭିନ୍ନ ପ୍ରକାର ଅଳଙ୍କାରର ଆବଶ୍ୟକତା ଥିବାରୁ ପୁଣିଥରେ ରତ୍ନଭଣ୍ଡାରକୁ ଖୋଲିବାକୁ ଦାବି ଉଠୁଛି ।