କିଏ ଏହି ବାବା? ଯାହାଙ୍କ ସତସଙ୍ଗରେ ଚାଲିଗଲା ଶହେରୁ ଅଧିକ ଜୀବନ

880

କନକ ବ୍ୟୁରୋ: ୟୁପି ହାଥରସରେ ବଡ଼ ଅଘଟଣ ଘଟିଯାଇଛି । ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସକର ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ୟ୍ୟକ୍ରମରେ ଏଭଳି ଘଟଣା ଘଟିଛି । ଆଉ ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି । କିଏ ଏହି ଭୋଲ ବାବା, ଯାହାଙ୍କ ସତସଙ୍ଗର ଘଟିଲା ଏତେ ବଡ ଘଟଣା ।

  • ବିଶ୍ୱହରି ଭୋଲେ ବାବାଙ୍କୁ ତାଙ୍କ ଅନୁଗାମୀ ଭୋଲେ ବାବା ବୋଲି ଡାକନ୍ତି
  • ଭୋଲେ ବାବାଙ୍କ ଅସଲି ନାଁ ସୁରଜ ପାଲ
  • ୟୁପିର ବାହାଦୂର ନଗର ରହୁଛନ୍ତି ଭୋଲେ ବାବା
  • ୧୭ ବର୍ଷ ତଳେ ପୁଲିସ ଚାକିରି ଛାଡି ସତସଙ୍ଗ ଆରମ୍ଭ କରିଥିଲେ
  • ୟୁପି ଛଡା ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବି ଭୋଲେ ବାବାଙ୍କ ଅନୁଗାମୀ ଅଛନ୍ତି
  • ଭୋଲେ ବାବା ଓ ତାଙ୍କ ଅନୁଗାମୀ ସବୁବେଳେ ଗଣମାଧ୍ୟମରୁ ଦୂରେଇ ରହିଥାନ୍ତି
  • ଭିଆରଏସ ନେବା ପରେ ଅଚାନକ ଭଗବାନଙ୍କୁ ଭେଟିଥିବା ଦାବି
  • ଏହାପରେ ଆଧ୍ୟାତ୍ମିକ ଆଡକୁ ମୁହାଁଇଥିଲେ ଭୋଲେ ବାବା
  • ପ୍ରତ୍ୟେକ ମଙ୍ଗଳବାର ସତସଙ୍ଗ କରିଥାନ୍ତି ବାବା
  • କରୋନା ସମୟରେ ବିବାଦରେ ଥିଲେ ଏହି ବାବା
  • ୫୦ ଲୋକଙ୍କ ପାଇଁ ଅନୁମତି ମାଗିଥିଲେ, ଆସିଥିଲେ ୫୦ ହଜାର
  • ଆଜି ଗୋଟିଏ ଦିନ ପାଇଁ ପ୍ରବଚନ ଥିଲା
  • ମହିଳାଙ୍କ ସହ ଅନେକ ଶିଶୁ ପ୍ରବଚନ ଶୁଣିବାକୁ ଆସିଥିଲେ
  • ପ୍ରବଚନ ପରେ ଭକ୍ତଙ୍କୁ ଅଟକାଯାଇଥିଲା
  • ଭୋଲେ ବାବା ବାହାରକୁ ବାହାରିବା ଯାଏଁ ଭକ୍ତ ଅପେକ୍ଷା କରିଥିଲେ
  • ଗରମ ଓ ଭିଡ ପାଇଁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଥିଲା
  • ବାହାରିବା ପାଇଁ ଅନୁମତି ମିଳିବା ପରେ ଦଳାଚକଟା ହୋଇଥିଲା
  • ବାବାଙ୍କ ପାଖରେ ଦାମୀ ଓ ସୌଖୀନ କାର ରହିଛି
  • ଘଟଣାର ୫ ଘଣ୍ଟା ପରେ ବି ବାବାଙ୍କ କୌଣସି ପତ୍ତା ମିଳୁନାହିଁ