ମହାରାଷ୍ଟ୍ରର ୧୫ ବିଦ୍ରୋହୀ ବିଧାୟକଙ୍କୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କଲା କେନ୍ଦ୍ର । ଜାଣନ୍ତୁ, କାହାକୁ ମିଳେ ଏହି ୱାଇ ପ୍ଲସ୍ ସିକ୍ୟୁରିଟି ?

72

କନକ ବ୍ୟୁରୋ: ମହାରାଷ୍ଟରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଧିରେ ଧିରେ ବିବାଦୀୟ ମୋଡ ନେଉଛି । ଗତକାଲି ପୁଣେରେ ଜଣେ ବିଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଏବଂ ସଞ୍ଜୟ ରାଉତଙ୍କ ଚ୍ୟାଲେଞ୍ଜ ପରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି । ୧୫ ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ବନ୍ଧୁକଧାରୀ ସିଆରପିଏଫ୍ ଯବାନମାନେ ଏହି ବିଧାୟକଙ୍କୁ ସୁରକ୍ଷାଦେବେ । ତେବେ ନଜର ପକାନ୍ତୁ, କାହାକୁ ମିଳେ ଏହି ଅତ୍ୟାଧୁନିକ ୱାଇ ପ୍ଲସ ସିକ୍ୟୁରିଟି ?

-ଭାରତରେ ମୋଟ ୬ ପ୍ରକାରର ସୁରକ୍ଷା ପ୍ରଦାନ କରାଯାଇଥାଏ
-ସେଗୁଡିକ ହେଉଛି ଏସପିଜି, ଜେଡ୍ ପ୍ଲସ୍, ଜେଡ୍ , ୱାଇ ପ୍ଲସ, ୱାଇ ଏବଂ ଏକ୍ସ
-ଏସପିଜିି କେବଳ ପ୍ରଧାନମନ୍ତ୍ରୀଙ୍କୁ ଯୋଗାଇଦିଆଯାଇଥାଏ
– ୱାଇ ପ୍ଲସ ସୁରକ୍ଷାରେ ମୋଟ ୩୯ ଜଣ ସୁରକ୍ଷାକର୍ମୀ ରହିଥାନ୍ତି
– ୩୯ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୨ ରୁ ୪ ଜଣ ଏନଏସଜି କମାଣ୍ଡୋ ରହିଥାନ୍ତି
– ୱାଇ ପ୍ଲସ ସୁରକ୍ଷା ପାଇଁ ୨ ରୁ ୩ ଟି ଗାଡି ଯୋଗାଇ ଦିଆଯାଇଥାଏ
-ୱାଇ ପ୍ଲସ ସୁରକ୍ଷା ମିଳିଲେ ୨୪ ଘଣ୍ଟା ସୁରକ୍ଷା ଯୋଗାଇଥାନ୍ତି ସୁରକ୍ଷାକର୍ମୀ
-ଏଥିପାଇଁ ମାସକୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ
-ୱାଇ ପ୍ଲସ ସୁରକ୍ଷାକୁ ଭିଆଇପି ସୁରକ୍ଷା ମଧ୍ୟ କୁହାଯାଏ
-ଜୀବନପ୍ରତି ବିପଦ ଥିବା ଜଣେ ସରକାରୀ ଅବା ସମାଜରେ ପ୍ରତିଷ୍ଠିତ ଲୋକଙ୍କୁ ମିଳିପାରିବ
-କେନ୍ଦ୍ର ସରକାର ଏହି ସୁରକ୍ଷା ପ୍ରଦାନ କରିଥାନ୍ତି
-ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ଏହି ସୁରକ୍ଷା ଦେଇଥାଏ