ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଜାଳିଦେଲେ ଗ୍ରାମବାସୀ । ଜଣେ ମୃତ, ଅନ୍ୟଜଣେ ଗୁରୁତର

220

କନକ ବ୍ୟୁରୋ: ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବାନ୍ଧି ଜାଳିଦେଲେ ଗାଁ ଲୋକେ । ଏପରି ଘଟଣା ଘଟିଛି ଝାରଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା ଇଲାକାର ଏକ ଗାଁରେ । ଏଠିକାର ଗ୍ରମାବାସୀ ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କୁ ଗାଡି ସହ ବାନ୍ଧି ପୋଡିଦେବା ପରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ଅଭିଯୁକ୍ତର ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରକୁୁ ପୋଲିସ ଉଦ୍ଧାର କରି ହସ୍ପିଟାଲ ପଠାଇଛି ପୋଲିସ ।

ସୂଚନା ମୁତାବକ, ଗାଁର ଜଣେ ଯୁବତୀ ବାହାରକୁ ଯାଇଥିଲେ ।ଏହାର ସୁଯୋଗ ନେଇ ଏହି ଦୁଇ ଯୁବକ ମିଶି ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ପୀଡିତାଙ୍କ ମା’ ଆସି ଗାଁରେ ଏହା କହିବା ପରେ ତାତି ଉଠିଥିଲେ ଗାଁଲୋକେ । ଦୁଇଜଣଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ପୋଲିସର କହିବା ମୁତାବକ, ଘଟଣାରେ ସୁନୀଲ ଉରାଉର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଆଶିଷ ନାମକ ଯୁବକ ଗୁରୁତର ହୋଇପଡିଛି । ଏହାପରେ ପୁରା ଗାଁରେ ଉତ୍ତେଜନା ଲାଗି ରହିଛି । ଆଗକୁ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଗାଁରେ ପୋଲିସ ଡେରା ପକାଇଥିବା ଜଣାପଡିଛି ।