ଜମୁଛି ମହିଳା ପ୍ରିମିୟର୍ ଲିଗ୍ : ଗୁଜରାଟଠୁ ବିଜୟ ଛଡ଼ାଇନେଲା ୟୁପି; ୩ ୱିକେଟରେ ପରାସ୍ତ କଲା ଗୁଜରାଟ ଜାଏଂଟସ

133

କନକ ବ୍ୟୁରୋ : ଜମୁଛି ମହିଳା ପ୍ରିମିୟର୍ ଲିଗ୍ । ରବିବାର ଦୁଇଟି ମ୍ୟାଚ ଖେଳାଯାଇଥିଲା । ଗୋଟିଏ ମ୍ୟାଚରେ ଦିଲ୍ଲୀ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୟୁପି ବିଜୟୀ ହୋଇଛି । ଗୁଜରାଟ ଜାଏଂଟସକୁ ୟୁପି ୱାରିୟର୍ସ ରୋମାଞ୍ଚକ ଭାବେ ୩ ୱିକେଟରେ ପରାସ୍ତ କରିଛି । ୧୭୦ ରନର ପିଛା କରି ୟୁପି ୨୦ ଓଭରରେ ୩ଟି ୱିକେଟ ହରାଇ ମ୍ୟାଚ ଜିତି ନେଇଛି ।

ଦଳ ପକ୍ଷରୁ କିରଣ ନଭଗିରେ ୪୩ ବଲରେ ୫୩ ରନ୍ କରିଥିଲେ । କିମ୍ ଗାର୍ଥ ୫ ୱିକେଟ୍ ଦଖଲ କରିବାରୁ ଗୁଜରାଟ ବିଜୟୀ ସ୍ଥିତିରେ ଥିଲା । ହେଲେ ଶେଷ ଓଭରରୁ ୧୯ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ହାରିସ-ସୋଫି ଏହାକୁ ସମ୍ଭବ କରିଥିଲେ । ଗୁଜରାଟ ଏବେ ସୁଦ୍ଧା ୨ଟି ମ୍ୟାଚ ଖେଳିଛି । ଆଉ ଦୁଇଟି ଯାକ ମ୍ୟାଚରେ ପରାସ୍ତ ହୋଇଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ୬୦ ରନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ।