ଅସ୍ଥି ବିସର୍ଜନ କରି ଫେରୁଥିଲେ ,ନିଜେ ଆରପାରିକୁ ଚାଲିଗଲେ । ଗୋଟିଏ ପରିବାରର ୬ ମୃତ

271

କନକ ବ୍ୟୁରୋ: ହରିୟାଣା ଜିନ୍ଦ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ହରିଦ୍ୱାରରୁ ଫେରୁଥିବା ଗୋଟିଏ ପରିବାରର ୬ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।ଏହି ଘଟଣା ପରେ ସ୍ଥାନୀୟ ଇଲକାରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ସମସ୍ତ ମୃତକ ହରିଦ୍ୱାରରୁ ଅସ୍ଥି ବିସର୍ଜନ କରି ଫେରୁଥିଲେ । ପରିବାରର ଜଣେ ବୟୋଜ୍ୟେଷ୍ଠଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପରେ ତାଙ୍କ ଅସ୍ଥି ବିସର୍ଜନ କରିବାକୁ ହରିଦ୍ୱାର ଯାଇଥିଲେ । ସେଠାରୁ ଘରକୁ ଫେରିବା ସମୟରେ ହରିୟାଣା ଜିନ୍ଦ୍ ଜିଲ୍ଲାରେ ସେମାନେ ଫେରୁଥିବା ଭ୍ୟାନ୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସମସ୍ତ ମୃତକ ହିସାରର ନାରନୌଦ ଇଲାକାର ବୋଲି ଜଣାପଡିଛି । ଏହାସହ ଆହତ ହୋଇଥିବା ଏକାଧିକ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଚିକିତ୍ସାଧିନ ରଖାଯାଇଛି ।

ସୂଚନା ମୁତାବକ, ନାରନୌଦ ନିବାସୀ ପ୍ୟାରେଲାଲ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ୨୩ ଜଣ ସଦସ୍ୟ ଅସ୍ଥି ନେଇ ହରିଦ୍ୱାର ବିସର୍ଜନ କରିବାକୁ ଯାଇଥିଲେ । ଆଜି ଭୋର ସମୟରେ ସେମାନେ ଅସ୍ଥି ବିସର୍ଜନ ସାରି ଏକ ପିକଅପ୍ ଭ୍ୟାନରେ ଘରକୁ ଫେରୁଥିବା ସମୟରେ ଏଭଳି ଅଘଟଣ ଘଟିଛି ।