ଆଜି ମୁମ୍ବାଇ ଆସିପାରନ୍ତି ବିଦ୍ରୋହୀ ବିଧାୟକ । କାଲି ହୋଇପାରେ ଫ୍ଲୋର ଟେଷ୍ଟ । କ’ଣ ଏହି ଫ୍ଲୋର ଟେଷ୍ଟିଙ୍ଗ?

154

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ରାଜନୈତିକ ଡ୍ରାମା ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ବିଜେପି ବରିଷ୍ଠ ନେତା ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।

ମହରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଙ୍କଟ । ଏହି ସମୟରେ ବିଜେପି ନେତା ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ କରାଇବାକୁ ଦାବି କରିଛନ୍ତି । ଫଡନବୀସ ଦୃଢତାର ସହ କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କ ପାଖରେ ଆଉ ବହୁମତ ନାହିଁ । ବିଦ୍ରୋହୀ ହୋଇସାରିଥିବା ବିଧାୟକମାନେ ଶିବସେନାକୁ ମଧ୍ୟ ସମର୍ଥନ କରୁନାହାଁନ୍ତି । ଫଡନବୀସଙ୍କ ପକ୍ଷରୁ ରାଜ୍ୟପାଳଙ୍କ ୁ ଏକ ଚିଠି ଲେଖାଯାଇଛି । ବିଦ୍ରୋହୀ ବିଧାୟକ କହୁଛନ୍ତି ତାଙ୍କୁ ଆଉ ଶିବସେନା ସହ ଯିବାର ନାହିଁ । ସେମାନେ ମହାବିକାଶ ଆଘାଡି ଦଳର ସମର୍ଥନ ମଧ୍ୟ କରୁନାହାଁନ୍ତି । ଏପରି

ସ୍ଥିତିରେ ରାଜ୍ୟପାଳ ଯଥାଶୀଘ୍ର ଫ୍ଲୋର ଟେଷ୍ଟ ପାଇଁ ଅଦେଶ ଦେବାକୁ ଫଡନାବୀସ୍ ଅନୁରୋଧ କରିଛନ୍ତି ।
ଆଜି ବିଦ୍ରାହୀ ବିଧାୟକ ମୁମ୍ବାଇରେ ପହଞ୍ଚିବା ପରେ ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭାରେ ହୋଇପାରେ ଫ୍ଲୋର ଟେଷ୍ଟ । ତେବେ କ’ଣ ଏହି ଫ୍ଲୋର ଟେଷ୍ଟ? ଫ୍ଲୋର ଟେଷ୍ଟ ଅର୍ଥ ‘ବିଶ୍ୱାସମତ’ । ଫ୍ଲୋର ଟେଷ୍ଟ ଦ୍ୱାରା ଏହା ପ୍ରମାଣିତ ହୁଏ ଯେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବା ସରକାରଙ୍କ ପାଖର ପର୍ଯ୍ୟାପ୍ତ ବହୁମତ ଅଛି ନା ନାହିଁ । ନିର୍ବାଚନରେ ଜିତିଥିବା ବିଧାୟକମାନେ ନିଜର ମତ ମାଧ୍ୟମରେ ସରକାରଙ୍କ ଭବିଷ୍ୟତ ନିର୍ଣ୍ଣୟ କରନ୍ତି ।

ଯଦି ମାମଲା କେନ୍ଦ୍ର ସରକାରଙ୍କର ତେବେ ପ୍ରଧାନମନ୍ତ୍ରୀଙ୍କୁ ଲୋକସଭାରେ ପ୍ରମାଣିତ କରିବାକୁ ହୁଏ ଯେ, ତାଙ୍କ ପାଖରେ ପର୍ଯ୍ୟାପ୍ତ ସାଂସଦଙ୍କ ସମର୍ଥନ ଅଛି କି ନାହିଁ? ଯଦି ଏହା ରାଜ୍ୟର ମାମଲା ତେବେ ବିଧାନସଭାରେ ଫ୍ଲୋର ଟେଷ୍ଟ ହୁଏ, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆବଶ୍ୟକ ବିଧାୟକଙ୍କ ବହୁମତ ଅଛି କି ନାହିଁ ପ୍ରମାଣିତ କରିବାକୁ ହୁଏ । ଏହା ଏକ ପାରଦର୍ଶୀ ପ୍ରକ୍ରିୟା ଯେଉଁଥିପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦିଅନ୍ତି ହେଲେ ଏଥିରେ ହସ୍ତକ୍ଷେପ କରନ୍ତି ନାହିଁ । ଏଥିରେ ଗୁରୁ ଦାୟିତ୍ୱ ଗ୍ରହଣ କରନ୍ତି ବିଧାନସଭା ବା ଲୋକସଭାର ବାଚସ୍ପତି ବା ପ୍ରୋଟେନ୍ ବାଚସ୍ପତି । ବାଚସ୍ପତିଙ୍କ ଅନୁପସ୍ଥିତିରେ ଅସ୍ଥାୟୀ ଭାବେ ଯିଏ କାର୍ଯ୍ୟ ସମ୍ଭାଳନ୍ତି ତାଙ୍କୁ ପ୍ରୋଟେନ୍ ସ୍ପିକର କୁହାଯାଏ ।

ଫ୍ଲୋର ଟେଷ୍ଟ ପ୍ରକ୍ରିୟାରେ ପ୍ରଥମେ ବିଧାୟକଙ୍କ ପକ୍ଷରୁ ଧ୍ୱନୀ ମତ ନିଆଯାଏ । ଏହାପରେ କୋରମ୍ ବେଲ ଦିଆଯାଏ । ଏହାପରେ ଉପସ୍ଥିତ ସମସ୍ତ ବିଧାୟକଙ୍କୁ ସତ୍ତା ପକ୍ଷ ଏବଂ ବିପକ୍ଷଙ୍କ ପଟେ ଭାଗ ଭାଗ ହୋଇଯିବାକୁ କୁହାଯାଏ । ଏହାପରେ ଦୁଇ ପଟେ ବାଣ୍ଟି ହୋଇଯାଇଥିବା ବିଧାୟକଙ୍କ ଗଣତି ହୁଏ । ଏହି ଆଧାରରେ ପରିଣାମ ଘୋଷଣା କରାଯାଏ । ଯଦି ସତ୍ତାରୁଢ ଦଳ ପକ୍ଷରେ ମ୍ୟାଜିକ୍ ନମ୍ବର ବା ତା ଠାରୁ ଅଧିକ ସଂଖ୍ୟ ବିଧାୟକ ଆସନ୍ତି ତେବେ ସରକାର ସ୍ଥାୟୀ ରୁହେ ନଚେତ୍ ଭାଙ୍ଗିଯାଏ ।