ବନ୍ଧୁଗାଁରେ ବାଘ ଆତଙ୍କ,ସତର୍କ ବନ ବିଭାଗ : ସର୍ବସାଧାରଣ ବୈଠକ ଡାକି ଆଲୋଚନା ସହ ଲୋଡିଲା ସହାୟତା; ସିସିଟିଭିରେ କଏଦ ହୋଇଛି ବାଘର ଚିତ୍ର

288

କନକ ବ୍ୟୁରୋ : କୋରାପୁଟ ବନ୍ଧୁଗାଁରେ ବାଘ ଆତଙ୍କ । ଜଙ୍ଗଲରେ ଗାଈ ମୁଣ୍ଡକୁ ଛାଡି ଶରୀରର ବାକି ଅଂଶ ଖାଇଗଲା ବାଘ । ଏବେ ଖାଦ୍ୟ ସନ୍ଧାନରେ ବାଘଟି ଅନ୍ୟ ସ୍ଥାନକୁ ପଳାଇଯାଇଛି । ତେଣୁ ସ୍ଥାନୀୟ ଲୋକେ ଏବେ ଆତଙ୍କିତ । ଜଙ୍ଗଲରେ ୬ଟି କ୍ୟାମେରା ଲାଗିଥିଲା । ୩ ଦିନର ସିସିଟିଭି କ୍ୟାମେରାରେ ବାଘର ଗତିବିଧି କଏଦ ହୋଇଛି । ଏହି ଗତିବିଧି ଉପରେ ନଜର ରଖିବାକୁ ହାଇଦ୍ରାବାଦରୁ ଏକ ଟିମ୍ ଆସିଥିଲା । ଆଜି ଏହି ଟିମ୍ ଏବେ ଫେରିଯିବ । ଏବେ ବାଘର ଆତଙ୍କକୁ ନେଇ ସର୍ବସାଧାରଣରେ ବୈଠକ ଡାକି ବନ ବିଭାଗ ଆଲୋଚନା ଓ ସହାୟତା ଲୋଡିଛି ।