ପୁଣି ଥରେ ମହଙ୍ଗା ହେଲା ବ୍ୟାଙ୍କ ଋଣ । ଏହି ୩ଟି ବ୍ୟାଙ୍କ ବଢାଇଲେ ସୁଧ ଦର । 

228

କନକ ବ୍ୟୁରୋ: ଭରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିବା ପୂର୍ବରୁ ଦେଶର ୩ଟି ବ୍ୟାଙ୍କ ନିଜ ନିଜ ଋଣ ଦରକୁ ମହଙ୍ଗା କରିଛନ୍ତି । କାନାଡା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଓ କରୁର ଭୈସ୍ୟା ବ୍ୟାଙ୍କ ନିଜର ଋଣର ସୁଧର ଦରରେ ବୃଦ୍ଧି ଘୋଷଣା କରିଛନ୍ତି । ଫଳରେ ଇଏମଆଇରେ ମଧ୍ୟ ବୃଦ୍ଧି ହୋଇଛି ।

ଏହି ବର୍ଦ୍ଧିତ ଦର ଜୁନ୍ ୭ ତାରିଖରୁ ଲାଗୁ ହେବ ବୋଲି କାନାଡା ବ୍ୟାଙ୍କ ପକ୍ଷରୁ ସୂଚନା ଦେଇଛି । ଜାଣନ୍ତୁ କେଉଁ ବ୍ୟାଙ୍କ ଋଣ ସୁଧ ଦରକୁ କେତେ ବଢାଇଲେ । ବର୍ଷିକିଆ ଋଣ ଉପରେ କାନାଡା ବ୍ୟାଙ୍କ ସୁଧ ଦରକୁ ୦.୦୫ପ୍ରତିଶତ ବଢାଇଛି । ଏବେ ସୁଧର ଦର ୭.୪୦ ପ୍ରତିଶତରେ ପହଞ୍ଚିଛି । ୬ ମାସିକିଆ ଋଣ ଉପରେ ଏହା ୭.୩୦ରୁ ବଢି ୭.୩୫ରେ ପହଞ୍ଚିଛି । ସେହିପରି କରୁର ଭୈସ୍ୟା ବ୍ୟାଙ୍କ ସୁଧ ଦରକୁ ୦.୪୦ ପ୍ରତିଶତ ବଢାଇଥିବାରୁ ଏବେ ଏହା ୮.୭୫ପ୍ରତିଶତରେ ପହଞ୍ଚିଛି ।

ଏଚଡିଏଫସି ବ୍ୟାଙ୍କ ମଧ୍ୟ ନିଜର ମାର୍ଜିନ୍ କଷ୍ଟ ଅଫ୍ ଲେଣ୍ଡିଙ୍ଗ ରେଟ୍ସ(ଏମସିଏଲଆର)କୁ ବୃଦ୍ଧି କରିଛି । ବ୍ୟାଙ୍କ ନିଜର ସୁଧ ଦରକୁ ୭.୧୫ ପ୍ରତିଶତକୁ ବୃଦ୍ଧି କରି ୭.୫୦ ପ୍ରତିଶତକୁ ବଢାଇଦିଆଯାଇଛି । ବର୍ଷିକିଆ କରଜ ଉପରେ ସୁଧ ଦର ୭.୨୦ରୁ ବଢି ୭.୫୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ୬ ମାସିକିଆ ଋଣରେ ସୁଧ ଦର ୭.୬୦ ପ୍ରତିଶତରୁ ୭.୭୦କୁ ବଢିଛି ।