ରାଜଧାନୀରେ ଧାରଣାରେ ବସିଛନ୍ତି ପାଚିକା: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ପିଲାଙ୍କୁ ପରସୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ

112

କନକ ବ୍ୟୁରୋ: ରାଜଧାନୀ ପାଚିକାମାନେ ଧାରଣାରେ ବସିଥିବାରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରାନ୍ଧୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଯାଜପୁର ଟାଉନର ପ୍ରାଣକୃଷ୍ଣ ନୋଡଲ ସ୍କୁଲରେ ରୋଷେଇ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଶିକ୍ଷୟତ୍ରୀ । ହାତରେ ଚକ୍, ଡଷ୍ଟର ବଦଳରେ ହାଣ୍ଡି ଚଟୁ ଧରି ରୋଷେଇ କରୁଛନ୍ତି ଶିକ୍ଷୟତ୍ରୀ । ପାଠ ପଢ଼ାଇବା ସମୟରେ ପିଲାଙ୍କ ପାଇଁ ରାନ୍ଧୁଛନ୍ତି ମଧ୍ୟାହ୍ନ ଭୋଜନ । ପାଚିକା ଆନ୍ଦୋଳନ ପାଇଁ ବିଦ୍ୟାଳୟ ଏଭଳି ସମସ୍ୟା ସୃ୍ଷ୍ଟି ହୋଇଛି । ପାଚିକାଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଭଡାରେ ଆସିଛନ୍ତି ପାଚିକା । ମାଲକାନଗିରି ସ୍ୱାଭିମାନ ଅଂଚଳର ଜନ୍ତାପାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ ଜଣ ଗାଁ ମହିଳାଙ୍କୁ ରୋଷେଇ କାମରେ ନିୟୋଜିତ କରାଯାଇଛି । ୧୪୦ ଛାତ୍ରଛାତ୍ରୀଙ୍କ ପାଇଁ ଏମାନେ ରୋଷେଇ କରୁଛନ୍ତି । ଦିନକୁ ୩ ଶହ ଟଙ୍କା ନେଇ ଗାଁ ମହିଳାଙ୍କୁ ରୋଷେଇ ପାଇଁ ଅଣାଯାଇଛି । ବିଭିନ୍ନ ଦାବି ନେଇ ପାଚିକାମାନେ ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରଖିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସେପଟେ ପୁରୀ ଜିଲ୍ଲାର କାକଟପୁର ବ୍ଲକରେ ମଧ୍ୟ ଶିକ୍ଷକମାନେ ରୋଷେୟା ସାଜିଛନ୍ତି । ପାଚିକାମାନେ ଧାରଣାରେ ବସିଥିବାରୁ କାକଟପୁର ଗୋପିକାନ୍ତପୁର ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ପିଲାଙ୍କୁ ଦେଉଛନ୍ତି । ଶିକ୍ଷକ ଯଦି ରୋଷେଇ କରିବେ ତେବେ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେବା ଶୁନିଶ୍ଚିନ୍ତ ।