ଅବହେଳିତ ଚାନ୍ଦିପୁର ବେଳାଭୂମି: ଆଉ ଦେଖିବାକୁ ମିଳୁନି ନାଲି କଙ୍କଡା, ବିଚରେ ଉଠିଗଲାଣି ଅନାବନା ଘାସ

120

କନକ ବ୍ୟୁରୋ: ବାଲେଶ୍ୱର କହିଲେ ଆଗ ଚାନ୍ଦିପୁର କଥା ମନକୁ ଆସେ । ଏଠାକାର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ହେଉ କି ପ୍ରସିଦ୍ଧ ବେଳାଭୂମି । ବିଶ୍ୱ ମାନଚିତ୍ରରେ ଏଠାକାର ସ୍ୱତନ୍ତ୍ରତା ରହିଛି । ଏଠାରେ ଜ୍ରୁଆର ଆସିଲେ କୂଳକୁ ପାଣି ଆସେ ଏବଂ ଜୁଆର ଛାଡିଲେ ପାଣି ମାଇଲ ମାଇଲ ଦୂରକୁ ଚାଲିଯାଏ । ଆଉ ଦେଖିବାକୁ ମିଳେ ନାଲି କଙ୍କଡା । ଯାହା ଏହି ବେଳାଭୂମିର ଶୋଭାକୁ ଦିଗୁଣିତ କରିଥାଏ । କିନ୍ତୁ ଏବେ ଆଉ ନାଲି କକଡା ଦେଖିବାକୁ ମିଳୁ ନାହିଁ । ବେଳାଭୂମିରେ ଘାଷ ଉଠିଯାଇଥିବା ପାଣି ଜମି କାଦୁଅ ହୋଇଯାଇଛି । ଅବହେଳା ଯୋଗୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ବିଚ୍ ଏବେ ଶ୍ରୀହୀନ ହୋଇପଡିଛି ।

ବାତ୍ୟା ଫନି ପରେ ଏଠାରେ ଥିବା ପାନ୍ଥନିବାସରେ ବସିବା ଗ୍ୟାଲେରୀ ଭାଙ୍ଗିଯାଇଛି । ପ୍ରତିଦିନ ବେଳାଭୂମିରେ ଭାରୀ ଯାନ ଚଳାଚଳ କରୁଥିବାରୁ କଙ୍କଡା ଓ ଅନ୍ୟାନ୍ୟ ସାମୂଦ୍ରିକ ଜୀବଙ୍କୁ ଆଉ ଆସୁନାହାଁନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଏଠାକୁ ବହୁ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ସେମାନଙ୍କ ପାଇଁ ମୌଳିକ ସୁବିଧା ମଧ୍ୟ ନାହିଁ । ପର୍ଯ୍ୟଟକଙ୍କ ବସିବା ପାଇଁ ଭଲ ସ୍ଥାନ ନାହିଁ । ଏପରିକି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଠାରେ ଜଣେ ବି ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇନାହିଁ ।