ପୁଣି ମୁଣ୍ଡ ଟେକିଲା ଚୀନ-ତାଇୱାନ-ଆମେରିକା ଉତେଜନା: ତାଇୱାନ ସୀମା ନିକଟରେ ପଇଁତରା ମାରୁଛି ଚାଇନା ଯୁଦ୍ଧ ବିମାନ

230

କନକ ବ୍ୟୁରୋ: ଆମେରିକା ଚୀନକୁ ଏକ ପ୍ରକାର ଚ୍ୟାଲେଂଜ ଦେଲା ଭଳି କାମ କରୁଛି । ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନଗସ୍ତକୁ ଚୀନ ତ୍ରୀବ ବିରୋଧ କରୁଥିବାବେଳେ ଏବେ ଆଉ ୫ ଜଣିଆ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳୀ ଏବେ ତାଇୱାନରେ ପହଁଚିଛନ୍ତି । ନାନ୍ସି ପେଲୋସଙ୍କ ଗସ୍ତର ଠିକ୍ ୧୨ଦିନ ପରେ ଏବେ ଏମାନେ ଏବେ ତାଇୱାନରେ ପହଁଚିଛନ୍ତି ।୫ଜଣିଆ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ଡେମୋକ୍ରେଟିକ ଦଳର ମାସାଚ୍ୟୁସେଟ ସାଂସଦ ସେନ ଇନ ମାର୍କି ନେଇଛନ୍ତି ।

ଆମେରିକା କହିଛି ଏହି ଯାତ୍ରାର ମୂଳ ଲକ୍ଷ୍ୟ କେବଳ ତାଇୱାନ ସହ ଦ୍ୱିପାକ୍ଷାୀକ ଆଲୋଚନା ରହିଛି । ଆଚଂଳିକ ସୁରକ୍ଷା, ବାଣିଜ୍ୟ, ନିବେଶ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସେମାନେ ଆଲୋଚନା କରିବେ ।

କଂଗ୍ରେସ ସାଂସଦମାନେ ରବିବାର ତାଇୱାନରେ ପହଁଚିଛନ୍ତି । କାର୍ଯକ୍ରମ ସାରି ସୋମବାର ଏମାନେ ଫେରିବା ନେଈ ସୂଚନା ରହିଛି । ଏ ନେଇ ତାଇୱାନସ୍ଥିତ ଆମେରିକାନ ଇନଷ୍ଟ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦେଶର ସର୍ମ୍ପକ ବିଷୟରେ ଆଲୋଚନା ପାଇଁ ସେମାନେ ତାଇୱାନର ବରିଷ୍ଟ ନେତାମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

କିଛି ଦିନ ପୂର୍ବରୁ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚୀନ ଏତେ ମାତ୍ରାରେ କ୍ଷୁବ୍ଧ ହୋଇପଡିଥିଲା କି ଯୁଦ୍ଧ ପରି ସ୍ଥିତି ଉପଜିଥିଲା । ବର୍ତମାନ ପୁଣି ଆମେରିକା ସିନେଟର ୫ଜଣ ସାଂସଦ ତାଇୱାନରେ ପହଁଚିଛନ୍ତି । ଏବେ ଦେଖିବାକୁ ଅପେକ୍ଷା ଏହାକୁ ନେଇ ଚୀନର ପ୍ରତିକ୍ରିୟା କଣ ରହୁଛି ।

ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚୀନ ତାତି କି ରହିଛି । ତାଇୱାନ ଚାରିପଟେ ଥିବା ସମୁଦ୍ର ଓ ଆକାଶମାର୍ଗରେ ଯୁଦ୍ଧ ବିମାନ ଘୁରିବୁଲୁଛି । ତାଇୱାନକୁ ଭୟଭୀତ କରିବା ପାଇଁ ୧୦ଦିନ ଧରି ତାଇୱାନ ସୀମାରେ ବେଜିଂ ସମରଭ୍ୟାସ କରିଥିବାବେଳେ ଆତ୍ମରକ୍ଷା ପାଇଁ ବର୍ତାମନ ତାଇୱାନ ଜାରି ରଖିଛି ଯୁଦ୍ଧାଭ୍ୟାସ ।