ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଆସନ୍ତାକାଲି ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

112

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଦୁଇଟି ସ୍ୱତନ୍ତ୍ର ଲିଭ ପିଟିସନ୍ ଉପରେ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ । ଅଭିଯୋଗକାରୀଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାବନୀ ଓ ବିନୟ ନାଭାରେ । ନିଷିଦ୍ଧାଂଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ । ନିୟନ୍ତ୍ରୀତ ଅଞ୍ଚଳରେ ନିର୍ମାଣ ପାଇଁ ଅନୁମତି ଆବଶ୍ୟକ ରହିଛି ।

ରାଜ୍ୟ ସରକାର ଏନଏମଏର ଏନଓସିକୁ ନେଇ କାମ କରୁଛନ୍ତି । ଏନଏମଏ କିନ୍ତୁ କୌଣସି ଆଇନସିଦ୍ଧ ସାର୍ଟିଫିକେଟ୍ ଦେଇନାହିଁ । ନିର୍ମାଣ କାର୍ଯ୍ୟ ପାଇଁ କୌଣସି ଅନୁମତି ନଥିବା ବେଳେ ତୃତୀୟ ପକ୍ଷକୁ କାହିଁ କାମ ଦିଆଯାଇଛି ବୋଲି ପ୍ରଶ୍ନ ଉଠାଇଥିଲେ ଆଇନଜୀବୀ । ଏହା ଆମସାର ଆଇନକୁ ବିରୋଧ କରୁଛି ବୋଲି ଯୁକ୍ତି ରଖିଛନ୍ତି ଆଇନଜୀବୀ । ସେପଟେ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଛନ୍ତି ଆଡ଼ଭୋକେଟ୍ ଜେନେରାଲ । ନିର୍ମାଣକୁ କାମକୁ ବିରୋଧ କରି ଅର୍ଦ୍ଦେନ୍ଦୁ ଦାସ ଏବଂ ସୁମନ୍ତ ଘଡ଼େଇ ଦୁଇଟି ଅଲଗା ଅଲଗା ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ ।