ଭୋଳା ବାବା ସତସଙ୍ଗରେ ଦଳ ଚକଟା । ୩୦ ମୃତ, ଅନେକ ଗୁରୁତରଙ୍କୁ ମେଡିକାଲ କଲେଜରେ ଭର୍ତ୍ତି

256

କନକ ବ୍ୟୁରୋ : ଉତର ପ୍ରଦେଶର ହାଦରସ ଜିଲ୍ଲା ସିକନ୍ଦରାରାଓ ନିକଟରେ ବଡ ଧରଣର ଦୁର୍ଘଟଣା ହୋଇଛି । ଏଠାରେ ଭୋଳା ବାବାଙ୍କ ସତସଙ୍ଗ ଚାଲିଥିଲା, ହେଲେ ସତସଙ୍ଗ ସରିବା ପରେ ଯେତେବେଳେ ଶ୍ରଦ୍ଧାଳୁମାନେ ବାହାରକୁ ବାହାରିବା ଆରମ୍ଭ କରିଥିଲେ, ସେତେବେଳେ ଦଳଚକଟା ଆରମ୍ଭ ହୋଇଯାଇଥିଲା । ଏଥିରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଛି । ଏହି ସଂଖ୍ୟା ଆଗକୁ ବଢିବାର ଆଶଂକା ମଧ୍ୟ ରହିଛି ।

ଜଣେ ଶ୍ରଦ୍ଧାଳୁ କହିଛନ୍ତି କି, ସତସଙ୍ଗରେ ପ୍ରବଳ ଭିଡ ହୋଇଥିଲା । ସତସଙ୍ଗ ସମାପ୍ତ ହେବା ପରେ ଲୋକ ବାହାରକୁ ବାହାରିବା ଆରମ୍ଭ କରିଥିଲେ । ଏହି ସମୟରେ କୌଣସି କାରଣରୁ ଲୋକାମାନେ ଦୌଡିବା ଆରମ୍ଭ କରିଥିଲେ । ଫଳରେ କିଛି ଲୋକ ତଳେ ପଡିଯାଇଥିଲେ ଓ କିଛି ଲୋକ ସେମାନଙ୍କ ଉପରେ ଚଢି ଦୌଡିବା ଆରମ୍ଭ କରିଥିଲେ । ଏଥିରେ ଅନେକ ଲୋକ ଗୁରୁତର ହୋଇଥିବା ବେଳେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତରମାନଙ୍କୁ ନିକଟସ୍ଥ ଏକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।