୧୧ ଦିନର ନିରବଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜୀଉ । ଆଜି ଗଜପତି ମହାରାଜଙ୍କ ପାଖକୁ ଯିବ ମହାପ୍ରଭୁଙ୍କ ସୁସ୍ଥତା ବାର୍ତ୍ତା

147

କନକ ବ୍ୟୁରୋ: ୧୧ ଦିନର ନିରବଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜୀଉ । ପୁଣି କୋଳାହଳମୟ ବଡ ଦେଉଳ। ଆଜି ଗଜପତି ମହାରାଜଙ୍କ ପାଖକୁ ଯିବ ମହାପ୍ରଭୁଙ୍କ ସୁସ୍ଥତା ବାର୍ତ୍ତା । ବଡ଼ଦେଉଳରେ ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ । ଫୁଲୁରି ତେଲ ଏବଂ ଓଷ ଲାଗି ପରେ ମଙ୍ଗଳବାର ଖଳି ଲାଗି ଏକାଦଶୀ ଅବସରରେ ଠାକୁରେ ପର୍ବାବସ୍ଥାକୁ ଫେରିଛନ୍ତି । ଶୁକ୍ଳବସ୍ତ୍ର ପରିତ୍ୟାଗ କରି ମହାପ୍ରଭୁ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରିଛନ୍ତି । ଆଜି ମହାପ୍ରଭୁଙ୍କ ସୁସ୍ଥତାର ଶୁଭ ଖବର ଗଜପତି ମହାରାଜ ନିକଟକୁ ପହଞ୍ଚାଯିବ । ଏହାସହ ବଡ ଦେଉଳରେ ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ ।