କନକ ବ୍ୟୁରୋ: ଲୋକସେବା ଭବନ ତୃତୀୟ ମହଲାରେ ନିଜ କାର୍ୟ୍ୟାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ କରାଯାଇଛି ବାସ୍ତୁପୂଜା । ଦିନେ ଯେଉଁଠି ବସୁଥିଲେ ନବୀନ ପଟ୍ଟନାୟକ, ଏବେ ସେହି କାର୍ୟ୍ୟାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହେଲେ ଅଫିସରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ବସିବାର ସ୍ଥାନ ବଦଳାଯାଇଛି । ନୂଆ ସ୍ଥାନ ଅନୁସାରେ ପୂର୍ବମୁହାଁ ହୋଇ ବସିବେ ମୁଖ୍ୟମନ୍ତ୍ରୀ।

Advertisment

କ’ଣ କହୁଛି ବାସ୍ତୁଶାସ୍ତ୍ର?
- ଲୋକସେବା ଭବନ ତୃତୀୟ ମହଲାରେ ବସିବେ ମୁଖ୍ୟମନ୍ତ୍ରୀ
- କାର୍ୟ୍ୟାଳୟରେ ବସିବା ପୂର୍ବରୁ ହୋଇଥିଲା ସ୍ୱତନ୍ତ୍ର ପୂଜାର୍ଚ୍ଚନା
- ବାସ୍ତୁବିତଙ୍କ ମଧ୍ୟ ନିଆ ଯାଇଥିଲା ମତ ପରାମର୍ଶ
- ପୂର୍ବମୁହାଁ ହୋଇ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଗୁରୁବାର ପୂଜାର୍ଚ୍ଚନା ପରେ କାର୍ୟ୍ୟାଳୟରେ ବସିଥିଲେ ମୁଖ୍ୟମନ୍ତ୍ରୀ