ଆଇପିଏଲରେ ବିଜୟ ଅଭିଯାନ ଜାରି ରଖିଲା ସନରାଇଜର୍ସ ହାଇଦ୍ରାବାଦ : କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ହରାଇଲା

80

କନକ ବ୍ୟୁରୋ : ଚଳିତ ଆଇପିଏଲରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ କେନ୍ ୱିଲିୟମସନଙ୍କ ସନରାଇଜର୍ସ ହାଇଦ୍ରାବାଦ ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମ ଦୁଇଟି ମ୍ୟାଚରେ ହାରିଥିବା ହାଇଦ୍ରାବାଦ ଲଗାତର ତିନୋଟି ମ୍ୟାଚ୍ ଜିତି ଫର୍ମ ଫେରିଯାଇଛି । ଅନ୍ୟପଟେ କୋଲକାତା କ୍ରମାଗତ ଦ୍ୱିତୀୟ ମ୍ୟାଚରେ ହାରିଛି ।

ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ନୀତୀଶ ରାଣା ସର୍ବାଧିକ ୫୪ ରନ୍ କରିଥିଲେ । ରସେଲ୍ ମଧ୍ୟ ଦ୍ରୁତ ୪୯ ରନର ଯୋଗଦାନ କରିଥିଲେ । ହାଇଦ୍ରାବାଦର ଟି. ନଟରାଜନ୍ ୩ଟି ସଫଳତା ପାଇଥିଲେ । ୧୭୬ ରନର ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ୧୩ ବଲ୍ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା । ଦଳ ପାଇଁ ରାହୁଲ୍ ତ୍ରିପାଠୀ ସର୍ବାଧିକ ୭୧ ରନ୍ ଏବଂ ଏଡେନ୍ ମର୍କରମ୍ ୬୮ ରନର ଇନିଂସ୍ ଖେଳିଥିଲେ ।