ଋଣ ବୋଝରୁ ବାପାଙ୍କୁ ହତ୍ୟା କରିଛି ପୁଅ । ସୂଚନା ଦେଲେ ଡିସିପି ପ୍ରତୀକ ସିଂ

850

କନକ ବ୍ୟୁରୋ: ଋଣ ବୋଝ ପାଇଁ ବାପାକୁ ମାରିଛି ପୁଅ । ବୁଧବାର ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ଅଭିଯୁକ୍ତ ଜଣକ ଏକ ଘରୋଇ କଲେଜର ପ୍ରଫେସର ଭାବେ ଚାକିରି କରୁଥିଲେ । ହେଲେ ସେ ଋଣ ବୋଝରେ ବୁଡି ରହିଥିଲେ । ଏହାପରେ ଋଣ ସୁଝିବାକୁ ସେ ବାପାଙ୍କୁ ଟଙ୍କା ମାଗିଥିଲେ । ହେଲେ ବାପା ଟଙ୍କା ଦେବାକୁ ମନା କରିଦେବାରୁ କ୍ରୋଧବଶତଃ ଛୁରୀ ଭୁସି ତାଙ୍କୁ ହତ୍ୟା କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ସୂଚନାଯୋଗ୍ୟ ଯେ, ଆଜି ରାଜଧାନୀରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମଞ୍ଚେଶ୍ୱର ଥାନା ଅଧୀନରେ ଏକ ଘରେ, ଜଣେ ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ଆଜି ଭୋର ସମୟରେ ଏହି ଘଟଣା ଘଟିଛି । ଆଉ ହସ୍ପିଟାଲ ଯିବା ବାଟରେ ଆଖି ବୁଜିଛନ୍ତି ବାପା । ବର୍ତ୍ତମାନ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବାବେଳେ, ପ୍ରାଥମିକ ତଦନ୍ତରୁ ଋଣ ବୋଝ ହିଁ ପ୍ରମୁଖ କାରଣ ଥିବା ସୂଚନା ଦେଇଛନ୍ତି ।