ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ । ସମିତି ସଭ୍ୟ ଗିରଫ

139

କନକ ବ୍ୟୁରୋ : ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସମିତି ସଭ୍ୟ ଗିରଫ । ଗଜପତି ମୋହନା କେସେରିଗୁଡା ଗାଁର ସମିତି ସଭ୍ୟ କାର୍ତିକ ଶବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଦିନକୁ ଦିନ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଛି ।

ଗତକାଲି ଗଜପତି ଜିଲ୍ଲା ଏସ୍ପିଙ୍କ ନିର୍ଦ୍ଦେଶରେ ପାଟ୍ରୋଲିଂ କରାଯାଇଥିଲା । କେସେରିଗୁଡା ଛକ ନିକଟରେ ଏକ ବୋଲେରୋକୁ ଅଟକାଯାଇ ଯାଞ୍ଚ କରାଯାଇଥିଲା । ସେଥିରେ ୨୫ଟି ଅଖାରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଜବତ ଗଞ୍ଜେଇର ପରିମାଣ ୬୮୯ କିଲୋ ୬ ଶହ ଗ୍ରାମ । ଯାହାର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।