ମୃତ୍ୟୁ ପୂର୍ବରୁ କେମିତି ଥିଲେ କେକେ ? ସାମ୍ନାକୁ ଆସିଲା ଭିଡିଓ

1,646

କନକ ବ୍ୟୁରୋ : ବଲିଉଡ ଗାୟକ କେକେ ମୃତ୍ୟୁ ପୂର୍ବରୁ ଷ୍ଟେଜରେ ଅସୁସ୍ଥ ହୋଇ ପଡିଥିଲେ । ଏବେ ସେହି ସମୟର ଏକ ଛୋଟ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି । ଷ୍ଟେଜରେ ଗୀତ ଗାଉଛନ୍ତି ବଲିଉଡ ଗାୟକ କେକେ । ଆଉ ଗୀତ ଗାଇବା ପରେ ସହଯୋଗୀଙ୍କୁ ଦେଉଛନ୍ତି ମାଇକ । ଏହି ସମୟରେ କେକେ ଅସୁସ୍ଥ ମନେ କରୁଥିବା ଦେଖିବାକୁ ମିଳିଛି ।

ଏସି ଚାଲୁନଥିବାରୁ ରୁମାଲ ବାହାର କରି ବାରମ୍ବାର ମୁହଁରୁ ଝାଳ ପୋଛୁଥିଲେ ସିଙ୍ଗର କ୍ରିଷ୍ଣକୁମାର । ଆଉ ଅସୁସ୍ଥ ଅନୁଭବ କରିବା ପରେ ସଙ୍ଗେସଙ୍ଗେ ମାଇକ୍ ଦେଇ ସହଯୋଗୀଙ୍କ ସହ ଷ୍ଟେଜରୁ ବାହାରକୁ ଯାଉଥିବାର ଦେଖିବାକୁ ମିଳିଛି । କୁହାଯାଉଛି ଆୟୋଜନ ସ୍ଥଳରେ ଏସି ଠିକ୍ ଭାବରେ ଚାଲୁନଥିଲା । ଆବଶ୍ୟକରୁ ଅଧିକ ସଂଖ୍ୟକ ଲୋକ ଥିଲେ ।

ସେପଟେ, ବଲିଉଡ ସିଙ୍ଗର କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ ମୃତ୍ୟୁ ଘଟଣାରେ ଆୟୋଜକୁ ପଚରାଉଚରା କରୁଛି କୋଲକତା ପୋଲିସ । ଗତକାଲି ଷ୍ଟେଜ ଶୋ କରୁୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ କେକେ । ଏହା ପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆୟୋଜନ ସ୍ଥାନରେ ଏସି ଚାଲୁନଥିବାର ସୂଚନା ରହିଛି । ତେଣୁ ପ୍ରବଳ ଗରମ ହେଉଥିଲା ।

ଆଉ ଗୀତ ଗାଉଥିବା ବେଳେ ବାରମ୍ବାର ରୁମାଲରେ ତାଙ୍କ ମୁଣ୍ଡରୁ ଝାଳ ପୋଛୁଥିବାର ନଜିର ରହିଛି । ଆୟୋଜନ ସ୍ଥଳରେ ଆବଶ୍ୟକରୁ ଅଧିକ ଲୋକ ଉପସ୍ଥିତ ଥିବା କୁହାଯାଉଛି । ଯାହା ନିୟମକୁ ଉଲ୍ଲଂଘନ ହୋଇଥିବା ସୂଚନା ରହିଛି । ଏପରି ଅବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଆଉ କେଉଁ ପରିସ୍ଥିତିରେ କେକେଙ୍କର ମୃତ୍ୟୁ ହେଲା ତାର ତଦନ୍ତ କରୁଛି ପୋଲିସ ।  ଅନ୍ୟପଟେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ କେକେଙ୍କ ଶରୀର ଓ ମୁହଁରେ କ୍ଷତ ଚିହ୍ନ ରହିଛି ।

କେମିତି ହେଲା କ୍ଷତଚିହ୍ନ ଏବଂ କେଉଁ ପରିସ୍ଥିତିରେ ଏହା ହୋଇଛି ତାର ଖୋଳତାଡ଼ କରୁଛି ପୋଲିସ । କେକେ ଯେଉଁ ହୋଟେଲରେ ରହୁଥିଲେ ସେଠିକାର କର୍ମଚାରୀଙ୍କ ମଧ୍ୟ କୋଲକତା ପୋଲିସ ଜେରା କରିବାର ସୂଚନା ରହିଛି ।  ସୂଚନା କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଏହି ଲୋକପ୍ରିୟ ସିଙ୍ଗରଙ୍କ ପ୍ରକୃତ ନାମ କୃଷ୍ଣକୁମାର କୁନାଥ  । ସେ କେକେ ଭାବରେ ନିଜର ଫ୍ୟାନଙ୍କ ପାଖରେ ବେଶ ପରିଚିତ  ।