ଆମେରିକାରେ ପୁଣି ଗୁଳିକାଣ୍ଡ । ଉତ୍ତର ମ୍ୟାରୀଲ୍ୟାଣ୍ଡ ମାନ୍ୟୁଫ୍ୟାକଚରିଙ୍ଗ ୟୁନିଟରେ ଫାୟାରିଙ୍ଗ । ୩ ମୃତ

109

କନକ ବ୍ୟୁରୋ: ଆମେରିକାରେ ଗୁଳିକାଣ୍ଡ ଥମିବାର ନାଁ ନେଉନି । ଗୁରୁବାର ପୁଣିଥରେ ଗୁଳିକାଣ୍ଡ ଘଟି ୩ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ତେବେ ଏଯାଏଁ ଆକ୍ରମଣକାରୀର ପରିଚୟ ମିଳିପାରିନାହିଁ ।

ଗୁରୁବାର ଉତ୍ତର ମ୍ୟାରୀଲ୍ୟାଣ୍ଡ ସ୍ଥିତ ମାନ୍ୟୁଫ୍ୟାକଚରିଙ୍ଗ ୟୁନିଟରେ ଜଣେ ଆତତାୟୀ ପଶି ଆଖିବୁଜା ଗୁଳିମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହାସହ ଆତତାୟୀକୁ କାଉଣ୍ଟର ଆଟାକ୍ କରିବା ସମୟରେ ଜଣେ ପୋଲିସ କର୍ମୀ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଚିିକିତ୍ସାଧିନ ଅଛନ୍ତି ।

ୱାଶିଂଟନ କାଉଣ୍ଟ ଶେରିଫର ପ୍ରବକ୍ତାଙ୍କ କହବା ମୁତାବକ, ଏବେ ଯାଏଁ ଆକ୍ରମଣକାରୀର ପରିଚୟ ମିଳିପାରିନାହିଁ । ତେବେ ତଦନ୍ତରେ ମାନ୍ୟୁଫ୍ୟାକଚରିଙ୍ଗ ୟୁନିଟର ଅଧିକାରୀମାନେ ସହଯୋଗ କରୁଛନ୍ତି । ଟାର୍ଗେଟର କାରଣ ମଧ୍ୟ ଏଯାଏଁ ଜଣାପଡିନାହିଁ ।