ସାବିତ୍ରୀ ବ୍ରତ ପୂର୍ବରୁ ଫଳ ବଜାରରେ ନିଆଁ : ଆମ୍ବ କିଲୋ ପିଛା ଦର ୧୦୦ଟଙ୍କା ପାର; ସେଓ କିଲୋ ୨୦୦ ଟଙ୍କା ଉପରେ

305

କନକ ବ୍ୟୁରୋ : ଦିନକ ପରେ ସାବିତ୍ରୀ ବ୍ରତ । ବ୍ରତ ପୂର୍ବରୁ ଫଳ ବଜାରରେ ଲାଗିଲାଣି ନିଆଁ ।  ଆମ୍ବ କଲୋ ପିଛା ଦର ୧୦୦ଟଙ୍କା ପାର କରି ଯାଇଥିବାବେଳେ ସେଓ କିଲୋ ୨୦୦ ଟଙ୍କା ଉପରେ ରହିଛି । ଲିଚି କିଲୋ ପିଛା ଦାମ ୧୨୦ ଟଙ୍କା ଉପରେ ରହିଛି । କମଳା, ଅଙ୍ଗୁର କଥା ନକହିବା ଭଲ । ପଣସ, ସପୁରୀ ଦରରେ ବି ହାତ ମାରି ହେଉନି । ହେଲେ, ଓଷା ପାଇଁ ଲୋକମାନେ ବାଧ୍ୟ ହୋଇ କିଲୋ ଜାଗାରେ କିଏ ଅଧା କିଲୋ  କିଣୁଛି ତ ଆଉ କିଏ ଅଢ଼େଇ ଶହ କିଣି କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି ।