ଭାରତୀୟ ତୈଳ କମ୍ପାନୀ ସହ ଡିଲ କଲାନି ଋଷ । କହିଲା ନାହିଁ ପର୍ଯ୍ୟାପ୍ତ ତେଲ । ବଢିପାରେ ତେଲ ଦର

333

କନକ ବ୍ୟୁରୋ: ତେଲ ବିକିବାକୁ ଭାରତୀୟ ତୈଳ କମ୍ପାନୀ ସହ ଡିଲ କରିବାକୁ ମନା କରିଦେଲା ଋଷ । ସେଥିପାଇଁ ଭାରତର ଦୁଇଟି ସଂସ୍ଥା ସହ ଏହି ବୁଝାମଣାକୁ ସ୍ଥଗିତ ରଖିଛି । ଅନ୍ୟମାନଙ୍କୁ ତେଲ ଦେବା ଲାଗି ଋଷ ବୁଝାମଣା କରିସାରିଥିବାରୁ ଅତିରିକ୍ତ ତେଲର ଅଭାବ ଦେଖାଦେଇଛି । ରିହାତିରେ ଋଷ ତେଲ ବିକ୍ରି କରୁଥିବାରୁ ଭାରତ ସେଠାରୁ ବିପୁଳ ପରିମାଣରେ ତାହା କିଣୁଥିଲା ହେଲେ ଏବେ ଏଥିରେ ସମସ୍ୟା ସୃଷ୍ଟି ହୋଇଛି ।

ଭାରତୀୟ ତୈଳ କମ୍ପାନୀ ଗୁଡିକୁ ବର୍ତ୍ତମାନ ସ୍ଥିତିରେ ତେଲ ଦେବାକୁ ମନା କରିଦେଇଛି ଋଷର ରୋଜନେଫ୍ଟ କମ୍ପାନୀ । ୬ ମାସ ପର୍ଯ୍ୟନ୍ତ ତେଲ କିିଣିବା ଲାଗି ଋଷର ଏହି କମ୍ପାନୀ ସହ ୩ ଭାରତୀୟ ତୈଳ କମ୍ପାନି ଇଣ୍ଡିଆନ୍ ଅଏଲ, ଭାରତ ପେଟ୍ରୋଲିଅମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିଅମ ଆଲୋଚନା ଜାରି ରଖିଛନ୍ତି ।

ସୂଚନା ମୁତାବକ, ତେଲ ଦେବାକୁ ଋଷ କମ୍ପାନୀ ମନା କରିବା ପରେ ଭାରତୀୟ ତୈଳ କମ୍ପାନୀ ଗୁଡିକ ଆଗାମୀ ଦିନ ମାନଙ୍କରେ ସ୍ପଟ୍ ମାର୍କେଟରୁ ତେଲ କିଣିବାକୁ ବାଧ୍ୟ ହେବେ । ଏହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡିବାର ଯତେଷ୍ଟ ସମ୍ଭାବନା ରହିଛି । ଆଗକୁ ତେଲ ଦର ପୁଣିଥରେ ବଢିବାର ଅଶଙ୍କା ଥିବା କୁହାଯାଉଛି ।