ମହାପ୍ରଭୁଙ୍କ ଗର୍ଭଗୃହରେ ମୂଷା ଆତଙ୍କ : ପହୁଡ ପରେ ଅନ୍ଧାରର ସୁଯୋଗ ନେଇ କରୁଛନ୍ତି ଉତ୍ପାତ; ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ

151

କନକ ବ୍ୟୁରୋ : ମହାପ୍ରଭୁଙ୍କ ଗର୍ଭଗୃହରେ ମୂଷା ଆତଙ୍କ । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ସୃଷ୍ଟି କରିଛି ମୂଷା । ରତ୍ନ ସିଂହାସନରେ ବଡ଼ ବଡ଼ ମୂଷା ଆତଙ୍କ ସୃଷ୍ଟି କରିଛନ୍ତି । ମୂଷାମାନେ କନକମୁଣ୍ଡି ଚାନ୍ଦୁଆରେ ରହୁଛନ୍ତି । ମହାପ୍ରଭୁଙ୍କ ପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ଠାକୁରଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଂଚାଇବାକୁ ଉଦ୍ୟମ କରୁଥିବା ଜଣାପଡିଛି ।

ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡିଙ୍କୁ ମଧ୍ୟ କାଟିଛନ୍ତି । ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଏବେ ସଙ୍କଟରେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ମୂଷା ଗୁଡିକ ହାତେ ଲମ୍ବା । ଏବେସୁଦ୍ଧା ଏହି ମୂଷା ଗୁଡିକ ରତ୍ନସିଂହାସନରେ ଠାକୁରଙ୍କୁ ରୁଦ୍ଧା ଯାଇଥିବା ନାଗନାଗୁଣୀ ଦଉଡିର ଯଥେଷ୍ଟ ନଷ୍ଟ ହୋଇସାରିଛି ।